ରାଜ୍ୟରେ କାଳବୈଶାଖୀ ପ୍ରଭାବ, ୨୦ ନୁହେଁ ୨୫ ଯାଏଁ ପ୍ରବଳ ଝଡ଼ ବର୍ଷା

ଆଜି ପାଇଁ ୯ ଜିଲ୍ଲାକୁ କୁଆପଥର ବର୍ଷା ସହ ପ୍ରବଳ ଝଡ଼ ତୋଫାନ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ୨୦ ତାରିଖରୁ ବର୍ଷା କମିବା ସହ ଖରାର ପ୍ରକୋପ ବଢିବା ନେଇ ଅନୁମାନ କରାଯାଉଥିଲା। ହେଲେ ଏବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି କି, ୨୦ ତାରିଖ ନୁହେଁ ୨୫ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବ।

ଆଜିଠୁ ପୁଣି ୨୫ ତାରିଖ ଯାଏଁ ରାଜ୍ୟକୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆହୁରି ୬ ଦିନ ରାଜ୍ୟରେ ପ୍ରବଳ ଝଡ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ଘଡ଼ଘଡ଼ି ଓ କୁଆପଥର ବର୍ଷା ନେଇ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ଆଜିଠାରୁ ଆସନ୍ତା କାଲି ସକାଳ ୮.୩୦ ଯାଏଁ ୯ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଆଉ ଏହି ୯ ଜିଲ୍ଲା ଗୁଡ଼ିକ ହେଉଛି ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର। ଆଉ ଏହିସବୁ ଜିଲ୍ଲା ମାନଙ୍କରେ ୫୦ ରୁ ୬୦ କିମି ବେଗରେ ପବନ ବହିବା ସହ ଝଡ଼ ତୋଫାନ, କୁଆପଥର ବର୍ଷା ନେଇ ସତର୍କତା ଜାରି ହୋଇଛି।

ସେହିଭଳି ଆଜି ପାଇଁ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କଳାହାଣ୍ଡା, କନ୍ଧମାଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବଲାଙ୍ଗୀର ଜିଲ୍ଲାକୁ ଓ୍ୱେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତା କାଲି ପାଇଁ ୧୩ ଜିଲ୍ଲାକୁ ଓ୍ୱେଲୋ ଓ୍ୱାର୍ଣ୍ଣିଂ ନେଇ ସତର୍କ କରିଛି ପାଣିପାଗ ବିଭାଗ।