ଅଫିସରେ କାମ କରିବା ସମୟରେ ନିଦକୁ ନେଇ ଚିନ୍ତିତ କି? ଏହି ଟିପ୍ସ ଆପଣାଇଲେ ଚୁଟକିରେ ଦୂର ହେବ ସମସ୍ୟା

କାମ କରିବା ସମୟରେ ଦିନବେଳା ନିଦ୍ରାକୁ ରୋକିବାରେ ସାହାଯ୍ୟ କରିବା ପାଇଁ ଏହି ଟିପ୍ସ ଆପଣାନ୍ତୁ ।

ନୂଆଦିଲ୍ଲୀ: କିଛି ଲେକଙ୍କୁ କାମ କରିବା ସମୟରେ ନିଦ ଲାଗିଥାଏ । ଏପରି ପରିସ୍ଥିତିରେ, ନିଦ ନ ହେବା ପାଇଁ କିଛି ଆବଶ୍ୟକୀୟ ପଦକ୍ଷେପ ନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାମ କରିବା ସମୟରେ ଅଫିସରେ ନିଦ ଲାଗିବା ଦ୍ବାରା ଅନେକ ପ୍ରକାର ସମସ୍ୟା ହୋଇଥାଏ । ଯଦି ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଏହି ଉପାୟ ଆପଣାନ୍ତୁ ।

ପାୱାର ନିପ୍ ନିଅନ୍ତୁ- ପ୍ରାୟ ୧୦-୨୦ ମିନିଟ୍ ର ଏକ ଛୋଟ ନିଦ୍ରା ମନକୁ ସତେଜ କରିବାରେ ସାହାଯ୍ୟ କରିପାରେ । ଆଳସ୍ୟ ବିନା ଏହା ଶକ୍ତି ଏବଂ ଏକାଗ୍ରତା ବୃଦ୍ଧି କରେ । ରାତିରେ ଶୋଇବା ପାଇଁ 8 ଘଣ୍ଟା ଧାର୍ଯ୍ୟ କରନ୍ତୁ ।

ହାଲୁକା ମଧ୍ୟାହ୍ନ ଭୋଜନ- ଭାରୀ ମଧ୍ୟାହ୍ନ ଭୋଜନ ଶକ୍ତିର ଅଭାବ ସୃଷ୍ଟି କରିପାରେ । ଏହା ବଦଳରେ, ଆପଣଙ୍କ ଶକ୍ତି ସ୍ତର ସ୍ଥିର ରଖିବା ପାଇଁ ଲିନ୍ ପ୍ରୋଟିନ୍, ଶସ୍ୟ ଏବଂ ପନିପରିବା ଯୁକ୍ତ ହାଲୁକା ଖାଦ୍ୟ ଖାଆନ୍ତୁ । ଅତ୍ୟଧିକ କାର୍ବୋହାଇଡ୍ରେଟ୍ ଏବଂ ଭାରୀ ଖାଦ୍ୟ ପଦାର୍ଥ ପରିହାର କରନ୍ତୁ ।

ହାଇଡ୍ରେଟେଡ୍ ରୁହନ୍ତୁ- ଡିହାଇଡ୍ରେସନ୍ ଯୋଗୁଁ ଥକ୍କାପଣ ଏବଂ ଆଳସ୍ୟ ଲାଗିପାରେ । ଆପଣଙ୍କ ଡେସ୍କ ଉପରେ ଏକ ପାଣି ବୋତଲ ରଖନ୍ତୁ ଏବଂ ଦିନସାରା ପାଣି ପିଅନ୍ତୁ । ଶରୀରରେ ପାଣିର ଅଭାବ ଆପଣଙ୍କ ମନୋଭାବ ଏବଂ ଧ୍ୟାନକୁ ମଧ୍ୟ ପ୍ରଭାବିତ କରିପାରେ । ଯାହା ଥକ୍କାପଣର କାରଣ ହୋଇପାରେ । କ୍ୟାଫିନ୍ ବ୍ୟବହାର କରନ୍ତୁ ଯଦିଓ କ୍ୟାଫିନ୍ ଆପଣଙ୍କୁ ତୁରନ୍ତ ଶକ୍ତି ଦେଇପାରେ । କିନ୍ତୁ ଏହାକୁ ବୁଦ୍ଧିମାନ ଭାବରେ ବ୍ୟବହାର କରନ୍ତୁ ।