fbpx

ମୋର ହତ୍ୟା ହୋଇପାରେ… ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏମିତି କାହିଁକି କହିଲେ ଇମ୍ରାନ ଖାନ୍?

Advertisement

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫକୁ ନେଇ ଏବେ ପାକିସ୍ତାନରେ ନିଆଁ ଜଳୁଛି । ଆଉ ଏହି ସମୟରେ ଇମ୍ରାନ ଖାନ୍ ଏହି ମାମଲାକୁ ଆହୁରି ସରଗରମ କରି ଦେଇଛନ୍ତି । ଗିରଫ ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମାନ୍ୟବର କୋର୍ଟଙ୍କ ଆଗରେ ସେ ଜଣେ ଦୋଷୀ ହୋଇ ମଧ୍ୟ ଓଲଟା ଆରୋପ ଆଣିଛନ୍ତି । ଜେଲରେ ତାଙ୍କୁ ହତ୍ୟା କରାଯାଇପାରେ ବୋଲି କହି ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛନ୍ତି ଇମ୍ରାନ ।

ଗିରଫ ପରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନ୍ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ କହିଛନ୍ତି ଯେ, ମୋତେ ଗତ ୨୪ ଘଣ୍ଟାରୁ ବାଥ୍ ରୁମ୍ କୁ ମଧ୍ୟ ଯିବାକୁ ଦିଆ ଯାଇନାହିଁ । ମୋତେ ଡର ଲାଗୁଛି କି ଏଠାରେ ମୋର ହତ୍ୟା କରାଯାଇପାରେ । ତେଣୁ ମୋର ଡାକ୍ତରଙ୍କୁ ଏଠାକୁ ଡକାଯିବା ଦରକାର । ଏହାପରେ ସେ କହିଛନ୍ତି ଯେ, ମୋତେ ଏକ ଅନ୍ୟ ସଂସ୍ଥା ପକ୍ଷରୁ ୱାରେଣ୍ଟ ପଠା ଯାଇଥିଲା । ଏହାପୂର୍ବରୁ ଇମ୍ରାନ ଖାନଙ୍କୁ ହାଇକୋର୍ଟ ପରିସରରୁ ଗିରଫ କରିଥିଲା ଦେଶର ଅର୍ଦ୍ଧସୈନିକ ବଳ । ତାଙ୍କୁ ଗିରଫ କରାଯିବା ପରେ ସାରା ଦେଶରେ ବିରୋଧ ଜୋର ଧରିଛି । ତେଣୁ ପରିସ୍ତିତିକୁ ନଜରରେ ରଖି ଇଣ୍ଟରନେଟ ବନ୍ଦ କରିବା ସହ ଦେଶରେ ୧୪୪ ଧାରା ଲାଗୁ ହୋଇଛି ।

ମଙ୍ଗଳବାର ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ଇମ୍ରାନ ଖାନଙ୍କୁ ପ୍ରଥମେ ଏନଏବିକୁ ନିଆ ଯାଇଥିଲା । ଏହାପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯିବା ସହ ବୁଧବାର ଇମ୍ରାନଙ୍କୁ କୋର୍ଟରେ ହଜାର କରାଯାଇଥିଲା । ଏଠାରେ ଇମ୍ରାନ ତାଙ୍କ ସହ ହୋଇଥିବା ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଥିଲେ ଏବଂ ଆଗକୁ ଏହା ନ ହେଉ ବୋଲି ପ୍ରକାଶ କରିଥିଲେ । ଏହାବ୍ୟତୀତ ତାଙ୍କୁ ଏକ ଭୁଲ ପ୍ରକ୍ରିୟାରେ ଗିରଫ କରା ଯାଇଥିବା ସେ ଦାବି କରିଛନ୍ତି ।

Get real time updates directly on you device, subscribe now.