fbpx
BJD SKY
BJD SKY

କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବଡ ପଦକ୍ଷେପ, ଇଡିକୁ ଜାରି କଲେ ନୋଟିସ୍‌

BJD

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଇଡିର ଗିରଫଦାରୀ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ବଡ ପଦକ୍ଷେପ ନେଇଛନ୍ତି ଓ ଇଡିକୁ ନୋଟିସ୍ ଜାରି କରିଛନ୍ତି । ୨୪ ଏପ୍ରିଲ୍ ପୂର୍ବରୁ ଇଡିକୁ ଏହି ମାମଲାରେ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ ।

କେଜ୍ରିୱାଲଙ୍କ ପକ୍ଷରୁ ସୋମବାର ସୁପ୍ରିମକୋର୍ଟରେ ନିର୍ବାଚନ ପ୍ରଚାର ଲାଗି ଜେଲ୍‌ରୁ ଛୁଟୀ ଲାଗି ଆବେଦନ କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣୀକୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ଓ ଇଡିକୁ ନୋଟିସ୍ ଜାରି କରି ଜବାବ ଦେବାକୁ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଜେଲ୍‌ରେ ହିଁ ରହିବାକୁ ହେବ । ଏଠାରେ ସୂଚାଇ ଦିଆଯାଇପାରେ କି କେଜ୍ରିୱାଲ ଇଡି ଦ୍ୱାରା କରାଯାଇଥିବା ଗିରଫଦାରୀ ଓ ନିମ୍ନ ଅଦାଲତ ପକ୍ଷରୁ ଦିଆଯାଇଥିବା ନ୍ୟାୟିକ ହେପାଜତ ଆଦେଶ ବିରୁଦ୍ଧରେ ଶୀର୍ଷ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ବିଚାରପତି ସଞ୍ଜୀବ ଖାନ୍ନା ଓ ଦୀପାଙ୍କର ଦତ୍ତାଙ୍କ ପୀଠ କେଜ୍ରିୱାଲଙ୍କ ଯାଚିକାର ଶୁଣାଣୀ କରିଥିଲେ ।

Get real time updates directly on you device, subscribe now.