fbpx

(Video) ତାମିଲନାଡୁରେ ରାହୁଲଙ୍କ ହେଲିକପ୍ଟର ଯାଞ୍ଚ: ନିର୍ବାଚନ କାମ ପାଇଁ ୱାୟନାଡ ଯାଉଥିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରିରେ ନିର୍ବାଚନ ଆୟୋଗର ଅଧିକାରୀମାନେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରର ଯାଞ୍ଚ କରିଥିଲେ । ହେଲିକପ୍ଟର ଏଠାରେ ଅବତରଣ କରିବା ପରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଧିକାରୀମାନେ ସର୍ଚ୍ଚ କରିଥିଲେ ବୋଲି ପୋଲିସ କହିଛି । ରାହୁଲ କେରଳର ସଂସଦୀୟ ନିର୍ବାଚନମଣ୍ଡଳୀ ୱାୟନାଡକୁ ଯାଉଥିଲେ, ଯେଉଁଠାରେ ସେ ସାଧାରଣ ସଭା ସମେତ ଅନେକ ନିର୍ବାଚନ ପ୍ରଚାରରେ ଭାଗ ନେବେ ।

ତେବେ ରାହୁଲ କ୍ରମାଗତ ଭାବେ ୱାୟାନାଡରୁ ନିର୍ବାଚନ ଲଢୁଛନ୍ତି। ଏଥର ରାହୁଲ ଏପ୍ରିଲ୍‌ ୨୬ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ୱାୟାନାଡାରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁରେ ଚାଲିଥିବା ନିର୍ବାଚନ ପ୍ରଚାରରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ରାତିରେ ବିରତି ନେଇ ନିଜ ମନଫୁର୍ତ୍ତି କରିଥିବାର ଫଟୋ ସୋସିଆଲ୍‌ ମିଡିଆରେ ଘୂରି ବୁଲିଥିଲା। ସେ ଏକ ମିଠା ଦୋକାନ ପରିଦର୍ଶନ କରିଥିଲେ। ମିଠା ଦୋକାନର ମାଲିକ ବାବୁ ଯେତେବେଳେ ରାହୁଲ ଗାନ୍ଧୀ ତାଙ୍କ ଦୋକାନକୁ ଆସିବାର ଦେଖିଲେ ତ ଖୁବ୍‌ ଖୁସି ହୋଇଗଲେ। ପ୍ରଥମେ ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ରାହୁଲ ତାଙ୍କ ଦୋକାନରୁ ଏକ କିଲୋଗ୍ରାମ ଗୋଲାପ ଜାମୁନ୍‌ କିଣିବା କଥା ସେ କହିଛନ୍ତି।

Get real time updates directly on you device, subscribe now.