fbpx

ଇରାନ୍‌-ଇସ୍ରାଏଲ ଯୁଦ୍ଧ ହେଲେ କାହାର ହେବ ବିଜୟ? କାହାର କେତେ ଶକ୍ତି? ଜାଣନ୍ତୁ….

ଓଡ଼ିଶା ଭାସ୍କର: ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ଇରାନ୍‌-ଇସ୍ରାଏଲ ମଧ୍ୟରେ ତିକ୍ତତା । ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଏବେ ଯୁଦ୍ଧର ପୂର୍ବଭାଷ ଦେଇଛି । ଶନିବାର ରାତିରେ ଇସ୍ରାଏଲ ଉପରେ ଡ୍ରୋନ ଏବଂ ମିସାଇଲ ଆକ୍ରମଣ କରିଛି ଇରାନ୍ । ଋଷ-ୟୁକ୍ରେନ ଏବଂ ହୁତି ସଂକଟ ପରେ ଏବେ ଇସ୍ରାଏଲ-ଇରାନ ତିକ୍ତତା ସାରା ଦୁନିଆରେ ତୃତୀୟ ବିଶ୍ୱଯୁଦ୍ଧକୁ ଆଙ୍ଗୁଠି ଦେଖାଉଛି । ତେବେ ଏହି ଯୁଦ୍ଧ ହେଲେ କେଉଁ ଦେଶ ହେବ ବିଜୟୀ? ଇରାନ୍ ଏବଂ ଇସ୍ରାଏଲ ମଧ୍ୟରେ କାହାର ଶକ୍ତି ଅଧିକ? କେଉଁ ଦେଶରେ ଅଧିକ ସେନା ଏବଂ କାହା ପାଖରେ ଅଛି ଅଧିକ ହତିଆର? ଆସନ୍ତୁ ଜାଣିବା

ରକ୍ଷା ବଜେଟ: ଉଭୟ ଦେଶର ରକ୍ଷା ବଜେଟ ଉପରେ ନଜର ପକାଇଲେ ଇରାନ୍ ଇସ୍ରାଏଲ ଅପେକ୍ଷା ଖୁବ ପଛରେ ରହିଯାଇଛି । ଏକ ରିପୋର୍ଟ ଅନୁସାରେ, ଇସ୍ରାଏଲର ରକ୍ଷା ବଜେଟ ୨୪.୨ ଆରବ ଡଲାର ରହିଥିବା ବେଳେ ଇରାନର ବଜେଟ ରହିଛି ମାତ୍ର ୯.୯ ଆରବ ଡଲାର ।

ବାୟୁ ଶକ୍ତି: ବାୟୁସେନାରେ ମଧ୍ୟ ଇସ୍ରାଏଲ ଇରାନ୍ ଠାରୁ ଅଧିକ ଶକ୍‌ତିଶାଳୀ ରହିଛି । ଇସ୍ରାଏଲ ନିକଟରେ ୬୧୨ ବିମାନ ଥିବାବେଳେ ଇରାନ୍ ୫୫୧ଟି ବିମାନକୁ ନେଇ ବାୟୁସେନାର ଶକ୍ତି ଦେଖାଇପାରିବ ।

ଟ୍ୟାଙ୍କ: ତେବେ ଯୁଦ୍ଧ ଟ୍ୟାଙ୍କ ସଂଖ୍ୟାରେ ଇସ୍ରାଏଲକୁ ପଛରେ ପକାଇଛି ଇରାନ୍ । ଇସ୍ରାଏଲ ସେନାରେ ମାତ୍ର ୨୨୦୦ ଟ୍ୟାଙ୍କ ମହଜୁଦ ଥିବା ବେଳେ ଇରାନ୍ ୪୦୭୧ ଟ୍ୟାଙ୍କ ରଖି ନିଜକୁ ଶକ୍ତିଶାଳୀ ବୋଲି ଦାବି କରୁଛି ।

ଜଳସେନା: ଜଳସେନା ବିଭାଗରେ ମଧ୍ୟ ଇରାନ୍ ଇସ୍ରାଏଲକୁ ମାତ୍ ଦେବାରେ ସଫଳ ହୋଇପାରେ । କାରଣ ଜଳ ଶକ୍ତିରେ ଇରାନ୍ ଆଗରେ ରହିଛି । ଇସ୍ରାଏଲ ପାଖରେ ୬୭ ଯୁଦ୍ଧ ବିମାନ ରହିଛି ଏବଂ ଇରାନ୍ ପାଖରେ ୧୦୧ ଯୁଦ୍ଧ ବିମାନ ଉପଲବ୍ଧ ରହିଛି ।

ସୈନିକ: ଦେଶର ସୈନିକଙ୍କ ଉପରେ ନଜର ପକାଇଲେ, ଏଥିରେ ମଧ୍ୟ ଇରାନ୍ ଇସ୍ରାଏଲକୁ ଚକମା ଦେବାରେ ସଫଳ ହୋଇପାରେ । ଇରାନ୍ ନିକଟରେ ୫.୭୫ ଲକ୍ଷ ଆକ୍ଟିଭ ସୈନ୍ୟ ରହିଥିବା ବେଳେ ଇସ୍ରାଏଲ ମାତ୍ର ୧.୭୩ ଲକ୍ଷ ସୈନ୍ୟଙ୍କୁ ନେଇ ସେନାବାହିନୀ ଗଢିଛି । ଏହାବ୍ୟତୀତ ଇସ୍ରାଏଲ ନିକଟରେ ୪.୬୫ ରିଜର୍ଭ ସୈନିକ ରହିଛନ୍ତି ଏବଂ ପାଖରେ ୩.୫୦ ଲକ୍ଷ ରିଜର୍ଭ ସୈନିକ ରଖିଛି ଇରାନ୍ ।

ପରମାଣୁ ବୋମା: ରିପୋର୍ଟ ଅନୁସାରେ, ଇସ୍ରାଏଲ ପାଖରେ ୮୦ ପରମାଣୁ ବୋମା ଗଚ୍ଛିତ ହୋଇ ରହିଛି । ତେବେ ଇରାନ ପାଖରେ କେତେ ପରିମାଣରେ ପରମାଣୁ ବୋମା ଅଛି କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଜଣା ପଡ଼ିନାହିଁ । ତେବେ ଇସ୍ରାଏଲ ଏହି ବିଭାଗରେ ଶକ୍ତିଶାଳୀ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.