fbpx
BJD SKY
BJD SKY

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଯାଞ୍ଚ କରିବାକୁ ପହଞ୍ଚିଲା ପୋଲିସ, ଜାଣନ୍ତୁ କ’ଣ ରହିଛି ମାମଲା

BJD

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥଙ୍କ ଘରେ ସୋମବାର (ଏପ୍ରିଲ ୧୫) ପଚରାଉଚରା ପାଇଁ ଶିକାରପୁରସ୍ଥିତ ଘରେ ପହଞ୍ଚିଛି ଏକ ପୋଲିସ ଟିମ୍ । କମଲ ନାଥଙ୍କ ପିଏ ଆର.କେ ମିଗଲାନି ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଏକ ଭିଡିଓ ରିଲିଜ କରିବା ପାଇଁ ୨୦ ଲକ୍ଷ ଟଙ୍କା ମୂଲ୍ୟର ଚୁକ୍ତି କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୋଲିସ କମଲ ନାଥଙ୍କ ଘରେ ପଚରାଉଚରା ପାଇଁ ପହଞ୍ଚିଛି ।

ତେବେ ତିନି ପୋଲିସ ଷ୍ଟେସନର ମିଳିତ ଦଳ ୮ ରୁ ୧୦ ଗାଡିରେ କମଲ ନାଥଙ୍କ ଶିକାରପୁର କମଲ କୁଞ୍ଜ ବାସଭବନରେ ପହଞ୍ଚିିଛନ୍ତି । ବର୍ତ୍ତମାନ ପୋଲିସ ଏ ବାବଦରେ କିଛି କହିବାକୁ ମନା କରି ଦେଇଛି ।

ଚିଣ୍ଡୱାରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ବିବେକ ବଣ୍ଟି ସାହୁଙ୍କ ଅଭିଯୋଗରେ ପୋଲିସ କମଲ ନାଥଙ୍କ ବଙ୍ଗଳା ନିକଟରେ ପହଞ୍ଚିଛି । ବଣ୍ଟି ସାହୁ ଅଭିଯୋଗ କରିଛନ୍ତି ଯେ, କମଲ ନାଥଙ୍କ ପିଏ ଆର.କେ ମିଗଲାନି ଏବଂ ଏକ ଘରୋଇ ଚ୍ୟାନେଲର ଭିଡିଓ ସାମ୍ବାଦିକ ଅନ୍ୟ ସାମ୍ବାଦିକମାନଙ୍କୁ ମୋର ଆପତ୍ତିଜନକ ଭିଡିଓକୁ ଭାଇରାଲ କରିବା ପାଇଁ ୨୦ ଲକ୍ଷ ଟଙ୍କା ଦେଇଥିଲେ । ବିବେକ ବଣ୍ଟି ସାହୁ ମଧ୍ୟ ୨୦ ଲକ୍ଷ ଟଙ୍କା ବାର୍ତ୍ତାଳାପର ଏକ ଭିଡିଓ ଜାରି କରିଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ କରୁଛି ।

Get real time updates directly on you device, subscribe now.