fbpx

କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ କଟକ ଜିଲ୍ଲାରେ ୧୮୬କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ସେହିଭଳି କେନ୍ଦ୍ରାପଡା ଜିଲ୍ଲାରେ ୧୨୪କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୩ହଜାର ୩୫୩ଟି ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ କରାଯାଇଛି ।

କଟକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବାବେଳେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍କୀ, ଡମପଡ଼ା ଓ ବାରଙ୍ଗ ବ୍ଲକରେ ମଧ୍ୟ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ୩୯ଟି ପଞ୍ଚାୟତକୁ ଶ୍ରୀ ପଟ୍ଟନାୟକ ୫୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥରେ ଗାଁ ଗୁଡ଼ିକର ବିକାଶ ସହ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନର ଉନ୍ନତି କରାଯିବ । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧୧ କୋଟି ଟଙ୍କା ଘୋଷଣା କରିଛନ୍ତି ।

୧୭ ତାରିଖରେ ରାଜ୍ୟର ୩ଟି ଜିଲ୍ଲା ମୟୂରଭଞ୍ଜ, ବରଗଡ଼ ଓ ଦେବଗଡ଼ରେ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରରୁ ଭିଡିଓ କନଫରେନ୍ସିଂ ମାଧ୍ୟରେ ୩ ଜିଲ୍ଲାରେ କଲେ ଶୁଭାରମ୍ଭ । ମୟୂରଭଞ୍ଜର ୫ଟି ନିର୍ବାଚନ ମଣ୍ଡଳୀରେ ୩ ହଜାର ୮୧ ପ୍ରକଳ୍ପ ପାଇଁ ୧୧୧ କୋଟି ୫୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ସେହିପରି ବରଗଡର ୫ଟି ନିର୍ବାଚନ ମଣ୍ଡଳୀରେ ୩ ହଜାର ୧୩୫ ପ୍ରକଳ୍ପ ପାଇଁ ୧୨୬ କୋଟି ୫୦ ଲକ୍ଷ ଓ ଦେବଗଡର ଗୋଟିଏ ନିର୍ବାଚନ ମଣ୍ଡଳୀରେ ୯୯୧ ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଯୋଜନ ଅନୁସାରେ ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା ।

Get real time updates directly on you device, subscribe now.