fbpx

ନାବାଳିକା ଦୁଷ୍କର୍ମୀକୁ ଫାଶୀ ଦଣ୍ଡାଦେଶ, ରାୟ ଶୁଣାଇଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ

ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମୀକୁ ଫାଶୀ ଦଣ୍ଡାଦେଶ ଜାରି କରାଯାଇଛି । ସ୍ୱତନ୍ତ୍ର ପକ୍ସୋ କୋର୍ଟ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ୫ ବର୍ଷର ଝିଅକୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା କରିଥିଲା ଅଭିଯୁକ୍ତ । ଏହା ପରେ ଝିଅର ପରିବାର ଲୋକେ ଦୁଷ୍କର୍ମୀଙ୍କ ଉପରେ ଥାନାରେ ଅଭିଯୋଗ ଅଣିଥିଲେ ।

ସୂଚନା ଅନୁଯାୟୀ, ୨୦୧୬ ମସିହାରେ ସୁନ୍ଦରଗଡ଼ର ଟାଉନ ଥାନା ଅଞ୍ଚଳରେ ଏହି ଜଘନ୍ୟକାଣ୍ଡ ଘଟିଥିଲା । ଜଣେ ୫ବର୍ଷୀୟ ଝିଅକୁ ଅଭିଯୁକ୍ତ ଅପହରଣ କରି ଦୁଷ୍କର୍ମ କରିବା ପରେ, ପୀଡିତା ନାବାଳିକାକୁ ହତ୍ୟା କରିଥିଲା ଅଭିଯୁକ୍ତ । ତେବେ ଝିଅର ପରିବାର ଲୋକେ ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଦୀର୍ଘ ୭ ବର୍ଷ ଏହି ମାମଲା କୋର୍ଟରେ ଚାଲିଆସୁଥିବା ବେଳେ ଆଜି ଏହି ମାମଲା ଉପରେ କୋର୍ଟ ରାୟ ଶୁଣାଣି କରିଛନ୍ତି ।

Get real time updates directly on you device, subscribe now.