fbpx

ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍‍ ବୈଠକ: ୧୨ରୁ ଅଧିକ ପ୍ରସ୍ତାବ ଆସିବାର ସମ୍ଭାବନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‍ ବୈଠକ ବସିବ । ଏଥିରେ ୧୨ରୁ ଅଧିକ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ସେହିପରି ମେଟ୍ରୋ ଟ୍ରେନ୍‍ ପ୍ରକଳ୍ପ ସଂକ୍ରାନ୍ତ ପ୍ରସ୍ତାବ ମଧ୍ୟ ବୈଠକରେ ଆଲୋଚନା ହେବ । ରାଜ୍ୟ ସରକାର ନିକଟରେ ମେଟ୍ରୋ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି ।

ଏହି ପ୍ରକଳ୍ପକୁ ୪ ବର୍ଷ ମଧ୍ୟରେ ଶେଷ କରିବା ନିମନ୍ତେ ସରକାରଙ୍କର ଲକ୍ଷ୍ୟ ରହିଛି । ଏହା ସହିତ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କ କ୍ୟାଡର ପୁର୍ନଗଠନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସିଂ ଓ ଫାର୍ମାସିଷ୍ଟ ଭଳି ବିଭିନ୍ନ ବର୍ଗଙ୍କ କ୍ୟାଡର ପୁର୍ନଗଠନ ପ୍ରସ୍ତାବ ଆସିବ ବୋଲି ଜଣାଯାଇଛି । ବୈଠକରେ ମତ୍ସ୍ୟ ଉଦ୍ୟୋଗୀ ଯୋଜନାର ସଂଶୋଧିତ ନୀତି ସହିତ ନଗର ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ କ୍ୟାଡର ପୁର୍ନଗଠନ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ।

ଚନାଯୋଗ୍ୟ ଯେ, ଚଳିତ ମାସ ୭ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପ ଲାଗି ଆବଶ୍ୟକ ୫୯୨୯ କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର)କୁ ଅନୁମୋଦନ ଦେଇଥିଲେ। ୪ବର୍ଷରେ ପୂର୍ଣ୍ଣାଙ୍ଗ ହେବାକୁ ଥିବା ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୨୪ ଜାନୁଆରୀ ପହିଲାରେ ହେବାକୁ ରହିଛି। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ। ଏହାର ଗୁରୁତ୍ବକୁ ନେଇ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଆସିପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହାସହିତ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସିଂ ଓ ଫାର୍ମାସିଷ୍ଟ ଭଳି ବିଭିନ୍ନ ବର୍ଗଙ୍କ କ୍ୟାଡର ପୁନର୍ଗଠନ ପ୍ରସ୍ତାବ ଆସିବାକୁ ଥିବା ଜଣାଯାଇଛି।

Get real time updates directly on you device, subscribe now.