fbpx

ଓଡ଼ିଶାରେ କଂଗ୍ରେସ ସଭାପତି ଖଡ୍‌ଗେ, ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହ ରହିଛି ଅନ୍ୟାନ୍ୟ କାର୍ଯ୍ୟକ୍ରମ

Advertisement

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ମାହୋଲ ସରଗରମ ଥିବା ବେଳେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ଏହି କ୍ରମରେ ବିଭିନ୍ନ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଓଡିଶା ଆସି ଦମଦାର ପ୍ରଚାର କରୁଥିବାର ଦେଖାଯାଉଛି । ଗୁରୁବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଖଡଗେ ମଧ୍ୟାହ୍ନ ୧୨ଟା ୩୦ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ଶ୍ରୀ ଖଡଗେ କନ୍ଧମାଳ ଗସ୍ତରେ ଯାଇ ଅପରାହ୍ନ ୩ଟାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବେ ବୋଲି ଜଣାପଡିଛି । ଏହାସହ ଦଳର ଅନେକ ନେତା ଓ ପ୍ରାର୍ଥୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦଳରେ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ସେ ନେତାଙ୍କ ସହ ଆଲୋଚନା କରିବେ ବୋଲି ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି । ଏହାସହ କଂଗ୍ରେସର କିଛି ଅସନ୍ତୁଷ୍ଟ ନେତା, ଟିକେଟ ପାଇ ନ ଥିବା ଆଶାୟୀଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି କୁହାଯାଉଛି । ଖଡଗେଙ୍କ ସହ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ , ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ସାମିଲ ହେବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.