fbpx

ରାମନବମୀରେ ଭୟଙ୍କର ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ମନ୍ଦିରରେ ଲାଗିଲା ନିଆଁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଭେନୁଗୋପାଲା ସ୍ୱାମୀ ମନ୍ଦିରରେ ରାମା ନବମୀ ଉତ୍ସବ ସମୟରେ ଅଗ୍ନିକାଣ୍ଡ ଘଟିଛି। ରାମ ନବମୀ ପାଳନ ପାଇଁ ମନ୍ଦିରରେ ଏକ ପେଣ୍ଡାଲ କରାଯାଇଥିଲା। ଏହି ସମୟରେ ସେଠାରେ ସର୍ଟ ସର୍କିଟ ଯୋଗୁଁ ପେଣ୍ଡାଲରେ ନିଆଁ ଲାଗିଯାଇଥିଲା। ସମୟ ମଧ୍ୟରେ ନିଆଁ ପେଣ୍ଡାଲକୁ ଜାଳି ଦେଇଛି। ଏନେଇ କୌଣସି ଆହତଙ୍କ ଖବର କଥା ଜଣା ପଡ଼ିନାହିଁ।

ରିପୋର୍ଟ ଅନୁଯାୟୀ, ନିଆଁ ଲାଗିବା ମାତ୍ରେ ଭକ୍ତମାନଙ୍କୁ ପାଣ୍ଡେଲରୁ ବାହାର କରାଯାଇଥିଲା, ଯେଉଁଥିପାଇଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ସହ ସମ୍ପର୍କ କରାଯାଇ ନିଆଁ ଲିଭାଜିବା ପ୍ରସ୍ତୁତି ଚାଲିଛି, ବର୍ତ୍ତମାନ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Get real time updates directly on you device, subscribe now.