fbpx

IPL ଉଦଘାଟନୀ ସମାରୋହରେ ମୁଖ୍ୟ ଆକର୍ଷଣ ସାଜିବେ ତମନ୍ନା: ଅରିଜିତଙ୍କ ଗୀତରେ ଝୁମିବ ଭାରତ

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । କ୍ରିକେଟ ମହାକୁମ୍ଭର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ । ତେବେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭକୁ ନେଇ ବଢିବାରେ ଲାଗିଛି ଉତ୍ସାହ । ତେବେ ଫ୍ୟାନ୍ସମାନଙ୍କର ଏହି ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରି ଦେଇଛି ଏହାର ଉଦଘାଟନୀ ସମାରୋହ । କାରଣ ଏହି ସମାରୋହରେ ଯୋଗ ଦେବାକୁ ଯାଉଛନ୍ତି ବଲିଉଡର ଦୁଇ ସୁପରଷ୍ଟାର ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମୁହାଁମୁହିଁ ହେବେ । ତେବେ ଏହାପୂର୍ବରୁ ଉଦଘାଟନୀ ସମାରୋହରେ କମ୍ପିବ ସାରା ଷ୍ଟାଡିୟମ । ସୁପରହିଟ ଗୀତ ସାଙ୍ଗକୁ ଦମଦାର ଡାନ୍ସରେ ଝୁମିବ ସାରା ଭାରତ । କାରଣ ଏହି ସମାରୋହରେ ଯୋଗ ଦେବେ ଭାରତର ପପୁଲାର ସିଙ୍ଗର ଅରିଜିତ ସିଂହ । ନିଜ ଗୀତ ମାଧ୍ୟରେ ଆଜିର ଯୁବବର୍ଗଙ୍କ ଖୁବ ପସନ୍ଦ ପାଲଟିଛନ୍ତି । ଅରିଜିତ । ତାଙ୍କ ସହିତ ସମାରୋହରେ ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ମଧ୍ୟ ଯୋଗ ଦେବେ । ଅନେକ ଲୋକଙ୍କ ପ୍ରିୟ ହିରୋଇନ ତମନ୍ନା ଏହି ସମାରୋହରେ ଗ୍ଲାମରର ତଡକା ଲଗାଇବେ । ଏହି ଦୁଇ ସୁପରଷ୍ଟାରଙ୍କ ଉପସ୍ଥିତିକୁ ନେଇ ଫ୍ୟାନ୍ସମାନଙ୍କୁ ନିଶ୍ଚିତ କରିଛି ଆଇପିଏଲ ।

ଟ୍ୱିଟରରେ ଏକ ପୋଷ୍ଟ କରି ଆଇପିଏଲ ଲେଖିଛି ଯେ, ଟାଯା ଆଇପିଏଲ ଉଦଘାଟନୀ ସମାରୋହରେ ତମନ୍ନାଙ୍କ ସହ ଯୋଗ ଦିଅନ୍ତୁ । ଆବେ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ(ନରେନ୍ଦ୍ର ମୋଦି ଷ୍ଟାଡିୟମ)ରେ ସର୍ବବୃହତ ଟି-୨୦ ଲିଗ୍ ପାଳନ କରିବାକୁ ଯାଉଛୁ । ମାର୍ଚ୍ଚ ୩୧ ତାରିଖ ସନ୍ଧ୍ୟା ୭.୩୦ରେ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଉଦଘାଟନୀ ସମାରୋହ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ । ତେବେ ଏହାକୁ ଷ୍ଟାର ସ୍ପୋର୍ଟରେ ସିଧା ପ୍ରସାରଣ କରାଯିବ ଏବଂ ମୋବାଇଲ ଜରିଆରେ ଜିଓ ସିନେମା ଆପ୍ ଏବଂ ୱେସାଇଟରେ ଅନଲାଇନ ଲାଇଭ ମଧ୍ୟ ଦେକିପାରିବେ ଦର୍ଶକ ।

Get real time updates directly on you device, subscribe now.