fbpx

ଶ୍ରୀଲଙ୍କାରେ ସିରିଜ ଜିତି ଉଦିତ ହେଲେ ସୂର୍ଯ୍ୟକୁମାର, କିଙ୍କ କୋହଲିଙ୍କ ସହ ଏହି ବିରାଟ ରେକର୍ଡର ହେଲେ ଅଧିକାରୀ….

ଓଡିଶା ଭାସ୍କର: ଶ୍ରୀଲଙ୍କାର ପଲ୍ଲେକଲ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟ୍ୱେଣ୍ଟି – ଟ୍ୱେଣ୍ଟି ମ୍ୟାଚକୁ ସୁପର ଓଭରରେ ଜିତି ‘ମେନ ଇନ ବ୍ଲୁ’ ଅନେକ ରେକର୍ଡର ଅଧିକାରୀ ହୋଇଛି । ମହାବିଜୟ ସହ ଗୌତମଙ୍କ ଗମ୍ଭୀର ଯୁଗର ମଧ୍ୟ ପ୍ରାରମ୍ଭ ହୋଇଛି । ସେପଟେ ତାଙ୍କ ନେତୃତ୍ୱରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱର ସୂର୍ଯ୍ୟ ମଧ୍ୟ ତେଜିୟାନ ହୋଇ ଉଠିଛି ।

ଉଭୟ ରନ ମେସିନ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଟ୍ୱେଣ୍ଟି- ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚରେ ୧୬ ଟି ଲେଖାଏଁ ‘ପ୍ଲେୟାର ଅଫ ଦ ମ୍ୟାଚ’ ପୁରସ୍କାର ହାତେଇଛନ୍ତି । ମାର୍ଚ୍ଚ ୨୦୨୧ ମସିହାରେ ଇଂଲଣ୍ଡ ବିପକ୍ଷରେ ଟ୍ୱେଣ୍ଟି-ଟ୍ୱେଣ୍ଟି ପଦାର୍ପଣ କରିଥିବା ସୂର୍ଯ୍ୟକୁମାରଙ୍କ ନାମରେ ୬୯ ଟି ଟ୍ୱେଣ୍ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚରେ ମୋଟ ୧୬ ଟି ‘ପ୍ଲେୟାର ଅଫ ଦ ମ୍ୟାଚ’ ପୁରସ୍କାର ହୋଇଯାଇଛି । ସେ କିଙ୍କ କୋହଲିଙ୍କ ସମକକ୍ଷ ହୋଇଛନ୍ତି ଏହି ମାମଲାରେ । ସେପଟେ କୋହଲି ୧୨୫ ଟି ଅନ୍ତର୍ଜାତୀୟ ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ସମାନ ସଂଖ୍ୟକ ‘ପ୍ଲେୟାର ଅଫ ଦ ମ୍ୟାଚ’ ପୁରସ୍କାର ନିଜ ନାମରେ ରଖିଛନ୍ତି । ବିରାଟ ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟର ଏହି ଛୋଟ ଫର୍ମାଟରୁ ବିଦାୟ ନେଇଛନ୍ତି । କୋହଲିଙ୍କ ଏହି ‘ବିରାଟ’ ରେକର୍ଡକୁ ସୂର୍ଯ୍ୟକୁମାର ବହୁତ ଶୀଘ୍ର ଅତିକ୍ରମ କରି ନିଜ ନାମରେ କରିନେବେ ବୋଲି କ୍ରୀଡାପ୍ରେମୀ ଆକଳନ କରିବାରେ ଲାଗିଲେଣି ।

Get real time updates directly on you device, subscribe now.