fbpx

ଏହି ଦେଶରେ ଗୋଟିଏ ଦିନରେ ରୋଜଗାର କରିପାରିବେ ୫୫ ହଜାର ଟଙ୍କା….

ନୂଆଦିଲ୍ଳୀ: ପ୍ରତ୍ୟେକ ଦେଶକୁ ଜିଡିପି ଅନୁଯାୟୀ ଏକ ଘଣ୍ଟା ଦରମା ଦିଆଯାଏ । ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନର ରିପୋର୍ଟ ଅନୁଯାୟୀ, ଜାଣନ୍ତୁ ବିଶ୍ୱର କେଉଁ ଦେଶରେ ଆପଣ ପ୍ରତିଘଣ୍ଟା ପିଛା ଅଧିକ ଟଙ୍କା ରୋଜଗାର କରିପାରିବେ । ଏହିକ୍ରମରେ ଅନେକ ଦେଶ ରହିଥିବା ବେଳେ ଆଜି ଏହି ଖବର ମାଧ୍ୟମରେ ଜାଣିବା କେଉଁ ଦେଶର ଲୋକେ ଘଣ୍ଟାପିଛା ଅଧିକ ଟଙ୍କା ରୋଜଗାର କରିଥାନ୍ତି ।

ଦୁନିଆରେ ସବୁଠାରୁ ଅଧିକ ପ୍ରତିଘଣ୍ଟା ପିଛା ରୋଜଗାର ହୋଇଥାଏ ଆୟରଲ୍ୟାଣ୍ଡରେ । ଏଠାକାର ଲୋକମାନେ ପ୍ରତିଘଣ୍ଟା ପିଛା ରୋଜଗାର କରିଥାନ୍ତି ୭ ହଜାର ଟଙ୍କା । ସେଠାକାର ଜନସଂଖ୍ୟା ୬୫.୭୨ ପ୍ରତିଶତରୁ ଆଂଶିକ ଅଧିକ ଓ ଦେଶର ଜିଡିପି ୩୩ ହଜାର ୩୭୩ କୋଟି ଟଙ୍କା ।

ସେହିପରି ଦ୍ୱିତୀୟ ନମ୍ବରରେ ରହିଛି ନରୱେ । ସେଠାରେ ଏକ ଘଣ୍ଟା କାମ କଲେ ମିଳେ ୫ହଜାର ୬୮୦ ଟଙ୍କା । ଆୟରଲ୍ୟାଣ୍ଡ ପରି ନରୱେ ମଧ୍ୟ ଏକ ଛୋଟ ଦେଶ । ନରୱେର ଜନସଂଖ୍ୟା ୫୩ ଲକ୍ଷରୁ ଅଧିକ ଓ ଜିଡିପି ୩୯ହଜାର ୮୮୩ କୋଟି ଟଙ୍କା ।

ନରୱେ ପରେ ତୃତୀୟ ନମ୍ବରରେ ରହିଛ୍ରି ସବୁଠାରୁ ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକା । ଏଠାକାର କର୍ମଚାରୀ ମାନେ ଏକ ଘଣ୍ଟା କାମ କଲେ ପାଉଛନ୍ତି ୫ହଜାର ୭୫ ଟଙ୍କା । ସେହିପରି ଜିଡିପି ୧୯.୩୯ ଲକ୍ଷ କୋଟି ।

ଜଣେ ବ୍ୟକ୍ତି ଜର୍ମାନୀରେ ଏକ ଘଣ୍ଟା କାମ କରି ୪୯୫୮ ଟଙ୍କା ରୋଜଗାର କରିପାରିବ । ପ୍ରତି ଘଣ୍ଟା ରୋଜଗାର କ୍ଷେତ୍ରରେ ଜର୍ମାନୀ ଚତୁର୍ଥ ସ୍ଥାନରେ ରହିଛି । ଯେତେବେଳେ କି ଜର୍ମାନୀର ଜିଡିପି ହେଉଛି ୩.୬୮ ଲକ୍ଷ କୋଟି ରହିଛି ।

ଫ୍ରାନ୍ସର ନାମ ପଞ୍ଚମ ସ୍ଥାନରେ ରହିଛି । ଯେଉଁଠାରେ ଜଣେ ବ୍ୟକ୍ତି ଏକ ଘଣ୍ଟା ମଧ୍ୟରେ ୪୮୬୪ ଟଙ୍କା ରୋଜଗାର କରିପାରିବେ । ଫ୍ରାନ୍ସର ମୋଟ ଜନସଂଖ୍ୟା ମାତ୍ର ୬.୭୧ କୋଟି ଏବଂ ଜିଡିପି ହେଉଛି ୨.୫୮ ଲକ୍ଷ କୋଟି ।

ଘଣ୍ଟା ପ୍ରତି ସର୍ବାଧିକ ରୋଜଗାର ଦୃଷ୍ଟିରୁ ଅଷ୍ଟ୍ରେଲିଆ ଷଷ୍ଠ ସ୍ଥାନରେ ରହିଛି । ଜଣେ ବ୍ୟକ୍ତି ସେଠାରେ ଏକ ଘଣ୍ଟା ମଧ୍ୟରେ ୪୦୯୮ ଟଙ୍କା ରୋଜଗାର କରିପାରିବେ । ଅଷ୍ଟ୍ରେଲିଆର ଜନସଂଖ୍ୟା ମାତ୍ର ୨.୪୬ କୋଟି ।

ସପ୍ତମ ସ୍ଥାନରେ ରହିଛି ଇଟାଲୀ । ଜଣେ ବ୍ୟକ୍ତି ଇଟାଲୀରେ ଏକ ଘଣ୍ଟା କାମ କରି ୩୯୬୭ ଟଙ୍କା ରୋଜଗାର କରିପାରିବେ । ଇଟାଲୀର ଜନସଂଖ୍ୟା ୬.୦୬ କୋଟି ଏବଂ ଜିଡିପି ହେଉଛି ୧.୯୩ ଲକ୍ଷ କୋଟି ।

ୟୁରୋପୀୟ ୟନିୟନ୍ ଅନେକ ଦେଶ ଅନ୍ତର୍ଭୁକ୍ତ କରେ । ସେଠାରେ ଜଣେ ବ୍ୟକ୍ତି ଘଣ୍ଟା ପ୍ରତି ୩୯୮୪ ଟଙ୍କା ରୋଜଗାର କରିପାରିବେ । ୟୁରୋପୀୟ ୟୁନିଅନ୍ ଅଷ୍ଟମ ସ୍ଥାନରେ ରହିଛି । ସେହିପରି ଅର୍ଗାନାଇଜେସନ୍ ଫର୍ ଇକୋନୋମିକ୍ କୋ-ଅପରେସନ୍ ଆଣ୍ଡ ଡେଭଲପମେଣ୍ଟ ରିପୋର୍ଟ ଅନୁଯାୟୀ, ନବମ ସ୍ଥାନରେ ରହିଛି ସ୍ପେନ୍ । ଏଠାରେ ଜଣେ ବ୍ୟକ୍ତି ଘଣ୍ଟା ପ୍ରତି ୩୮୦୬ ଟଙ୍କା ରୋଜଗାର କରିପାରିବେ। ସ୍ପେନର ଜିଡିପି ୧.୩୧ ଲକ୍ଷ କୋଟି ଏବଂ ଜନସଂଖ୍ୟା ୪.୬୬ କୋଟି ।

Get real time updates directly on you device, subscribe now.