ମୋଦୀଙ୍କ ଏହି ଯୋଜନାରେ ମାସିକ ମିଳିବ ୫୦ହଜାର ଟଙ୍କା, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାର ଜନସାଧାରଣଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି । ଯଦି ଆପଣଙ୍କର ଲେଖାଲେଖି କରିବାରେ ରୁଚି ଅଛି ତେବେ ତା ପାଇଁ ମୋଦୀ ସରକାର ଏକ ଖୁସିଖବର ଆଣିଛନ୍ତି । ଆଜ୍ଞା ହଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଯୁବକ ମାନଙ୍କ ପାଇଁ ‘ ପିଏମ ୟୁବା ୨.୦ ଯୋଜନା’ ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନା ଦ୍ୱାରା ଲେଖକ ମାନଙ୍କୁ ବିଭିନ୍ନ ବିଷୟରେ ଲେଖିବା ପାଇଁ ସୁଯୋଗ ଦିଆଯାଉଛି । ମେଣ୍ଟର ସିପ ଯୋଜନାରେ ଯୁବକ ମାନଙ୍କୁ ଏହି ସୁଯୋଗ ଦିଆଯାଉଛି । ଏହି ଯୋଜନା ଅଧୀନରେ ଯୁବ ଲେଖକ ମାନଙ୍କୁ ମାସିକ ୫୦,୦୦୦ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଉଛି ।

୩୦ ବର୍ଷ ବୟସ ପର୍ଯ୍ୟନ୍ତ ଯୁବକମାନେ ଏହି ଯୋଜନା ଅନ୍ତର୍ଗତ ଅଂଶଗ୍ରହଣ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଜାନୁଆରୀ ୧୫ ସ୍ଥିର କରାଯାଇଛି । ଭାରତୀୟ ଭାଷା ଏବଂ ଇଂରାଜୀରେ ଯୁବକ ଏବଂ ନୂତନ ଲେଖକଙ୍କ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ଏହି ଯୋଜନା କେନ୍ଦ୍ର ସରକାର ଆଣିଛନ୍ତି। PM Yuva Yojana ର ପ୍ରଥମ ଭାଗରେ ବହୁତ ଭଲ ପ୍ରତିକ୍ରିୟା ଗ୍ରହଣ କରାଯାଇଥିଲା । ଦେଶରେ ପଢିବା ଏବଂ ଲେଖିବା କାର୍ଯ୍ୟକ୍ରମ, ପୁସ୍ତକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହି ଯୋଜନା ଅଧୀନରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (NBT) ଦ୍ୱାରା ସମୁଦାୟ ୭୫ ଲେଖକଙ୍କୁ ଚୟନ କରାଯିବ। ମେଣ୍ଟରସିପ୍ ସ୍କିମ୍ରେ ପ୍ରଶିକ୍ଷଣ ଏବଂ ମାର୍ଗଦର୍ଶନ ଶେଷରେ ମାସକୁ ୫୦,୦୦୦ ଟଙ୍କା ଛାତ୍ରବୃତ୍ତି ଏବଂ ପ୍ରତ୍ୟେକ ଯୁବ ଲେଖକଙ୍କୁ ଛଅ ମାସ ପାଇଁ ୩ଲକ୍ଷ ଟଙ୍କା ପ୍ରଦାନ କରାଯିବ। ୨୨ ଟି ବିଭିନ୍ନ ଭାଷା ବିଷୟରେ ଜଣାଶୁଣା ‘PM Yuva 2.0 Yojana‘ ରେ ଅଂଶଗ୍ରହଣ କରିପାରିବେ । ଏହି ଭାଷାଗୁଡ଼ିକରେ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ଆସାମୀ, ବଙ୍ଗାଳୀ, ଗୁଜରାଟୀ, କନ୍ନଡ, କାଶ୍ମୀରୀ, କୋଙ୍କଣୀ, ମାଲାୟାଲମ୍, ମଣିପୁରୀ, ମରାଠୀ, ନେପାଳୀ, ଓଡିଆ, ପଞ୍ଜାବୀ, ସଂସ୍କୃତ, ସିନ୍ଧି, ତାମିଲ, ତେଲୁଗୁ, ବୋଡୋ, ସନ୍ଥାଲି, ମୈଥିଳି ଏବଂ ଡୋଗ୍ରି ଅନ୍ତର୍ଭୁକ୍ତ ।

ସର୍ବପ୍ରଥମେ https://innovateindia.mygov.in/yuva/ ୱେବସାଇଟ୍ କୁ ଯାଆନ୍ତୁ ।

ଏଠାରେ ବାମ ପାର୍ଶ୍ୱରେ, ‘click here to submit’ ଉପରେ କ୍ଲିକ୍ କରନ୍ତୁ ।

ୱେବସାଇଟରେ PM Yuva 2.0 ସ୍କିମ୍ ସହିତ ଜଡିତ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି ।

ଏଠାରେ ଆପଣ ଅନଲାଇନ୍ ଆବେଦନ ଫର୍ମ ପୂରଣ ଏବଂ ଦାଖଲ କରିପାରିବେ ।