ରିପୋର୍ଟରୁ ଖୁଲାସା, ଏହି ସହରରେ ସବୁଠୁ ଅଧିକ ବୁକିଂ ହୋଇଛି OYO, ଧାର୍ମିକ ସହରର ମଧ୍ୟ ରହିଛି ନାମ

ନୂଆଦିଲ୍ଲୀ: ୨୦୨୪ ବର୍ଷ ବର୍ତ୍ତମାନ ଆଉ ସପ୍ତାହେ ରହିଲା। ଏହି ବର୍ଷ ଲୋକେ ବହୁଳ ମାତ୍ରାରେ ଯାତ୍ରା କରିଛନ୍ତି। OYO ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ରିପୋର୍ଟ ବର୍ଷକ ମଧ୍ୟରେ ଅଧିକ OYO ବୁକିଂ କରୁଥିବା ସହରମାନଙ୍କର ନାମ ସାମ୍ନାକୁ ଆସିଛି। ଭ୍ରମଣ ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମ ଓୟୋର ‘Travelpedia-2024’ ରିପୋର୍ଟରେ ଭ୍ରମଣ ଢାଞ୍ଚା ଏବଂ ଗଭୀରତା ଉପରେ ଆଲୋଚନା କରାଯାଇଛି। ଏହି ରିପୋର୍ଟ ଅନୁସାରେ, ଚଳିତ ବର୍ଷ (୨୦୨୪) ପୁରୀ, ବାରଣାସୀ ଏବଂ ହରିଦ୍ୱାରରେ ସବୁଠୁ ଅଧିକ ଯାତ୍ରା କରାଯାଇଥିବା ଅଧ୍ୟାତ୍ମିକ ଗନ୍ତବ୍ୟ ସ୍ଥଳୀ, ହେଲେ ହାଇଦ୍ରାବାଦ ପାଇଁ ସବୁଠୁ ଅଧିକ ବୁକିଂ କରାଯାଇଛି। ଏହି ଅନୁସନ୍ଧାନ ବର୍ଷକର ଓୟୋ ପ୍ଲାଟଫର୍ମରେ ବୁକିଂ ସମ୍ବନ୍ଧୀୟ ତଥ୍ୟ ଉପରେ ଆଧାରିତ।

ରିପୋର୍ଟ ମୁତାବକ, ଭାରତରେ ଚଳିତ ବର୍ଷ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଯେଉଁ ଧାର୍ମିକ ସହରରେ ସବୁଠୁ ଅଧିକ ବୁକିଂ ହୋଇଛି, ସେଥିରେ ପୁରୀ, ବାରଣାସୀ ଏବଂ ହରିଦ୍ୱାର ସହରର ନାମ ସବୁଠୁ ଉପରେ ଅଛି। ଏହା ବ୍ୟତୀତ ଦେବଘର, ପଲାନୀ ଏବଂ ଗୋବର୍ଦ୍ଧନରେ ମଧ୍ୟ ପର୍ଯ୍ୟାପ୍ତ ବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ଓୟୋର ରିପୋର୍ଟ ମୁତାବକ, ହାଇଦ୍ରାବାଦ, ବେଙ୍ଗଲୁରୁ, ଦିଲ୍ଲୀ ଏବଂ କୋଲକାତା ଭଳି ସହର ବୁକିଂ ମାମଲାରେ ସର୍ବଶ୍ରେଷ୍ଠ ସ୍ଥାନରେ ରହିଛି। ଏହା ବ୍ୟତୀତ ଉତ୍ତର ପ୍ରଦେଶ ଯାତ୍ରା ପାଇଁ ସବୁଠୁ ଲୋକପ୍ରିୟ ରାଜ୍ୟ ଭାବେ ନିଜର ସ୍ଥାନ ବଜାୟ ରଖିଛି। ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକ ଯାତ୍ରାରେ ଅଧିକ ଲୋକେ ଯୋଗଦାନ ଦେଇଛନ୍ତି। ପାଟଣା, ରାଜମୁନ୍ଦରୀ ଏବଂ ହୁବଲୀ ଭଳି ଛୋଟସହର ପାଇଁ ବୁକିଂରେ ବାର୍ଷିକ ଆଧାରରେ ୪୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଜାରି କରାଯାଇଛି।