(video) Breaking: ପୁରୀ ଶ୍ରୀମନ୍ଦିର ଚୂଡ଼ାରେ ଅଘଟଣ, ଭାଙ୍ଗିଲା ଅକ୍ଷୟ ଦଣ୍ଡ

ଭାଙ୍ଗିଗଲା ବଡ଼ ଦେଉଳର ଅକ୍ଷୟ ଦଣ୍ଡ। ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ ଭାଙ୍ଗିଗଲା। ବାନା ପରିବର୍ତ୍ତନ ସମୟରେ ଜଣାପଡିଲା।

ପୁରୀ: ପୁରୀ ଶ୍ରୀମନ୍ଦିରରେ ଅଘଟଣ। ଭାଙ୍ଗିଲା ମନ୍ଦିରର ଅକ୍ଷୟ ଦଣ୍ଡ। ଶ୍ରୀମନ୍ଦିରରେ ଚୂଡ଼ାରେ ଅଘଟଣ। ସନ୍ଧ୍ୟାରେ ବାନା ପରିବର୍ତ୍ତନ କରିବାକୁ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଥିଲେ ସେବାୟତ।

ବାନା ପରିବର୍ତ୍ତନ ସମୟରେ ଜଣାପଡିଲା ଭାଙ୍ଗିଛି ଅକ୍ଷୟ ଦଣ୍ଡ। ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ ଭାଙ୍ଗି ଯାଇଥିବା ସୂଚନା। ଏହି ଦଣ୍ଡ ସଙ୍ଗେ ସଙ୍ଗେ ଭାଙ୍ଗିଛି ନା ପୂର୍ବରୁ ଭାଙ୍ଗିବା ଭଳି କିଛି ସଙ୍କେତ ଥିଲା। ଏବେ ଯାଏଁ ଏ ସମ୍ପର୍କରେ କିଛି ଜଣା ପଡିନାହିଁ।