fbpx
BJD
BJD SKY
BJD SKY

କୋଣାର୍କରେ ଅଘଟଣ: ବଚସାରୁ ଟେଣ୍ଟ ମାଲିକଙ୍କୁ ନିର୍ମମ ହତ୍ୟା, ଚଢ଼ାଇଦେଲେ ଗାଡ଼ି

କୋଣାର୍କ(ଓଡ଼ିଶା ଭାସ୍କର): ବଚସାରୁ ଗଣ୍ଡଗୋଳ ପରେ ଟେଣ୍ଟ ମାଲିକଙ୍କୁ ନିର୍ମମ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା କୋଣାର୍କ ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗାଁରୁ ସାମ୍ନାକୁ ଆସିଛି । ଟେଷ୍ଟ କପଡ଼ା ଚିରାକୁ କେନ୍ଦ୍ରକରି ଏଭଳି ନୃଶଂସ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଟେଷ୍ଟ ମାଲିକଙ୍କୁ ପିଟିପିଟି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଟେଣ୍ଟ ମାଲିକଙ୍କୁ ପିଟିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ ଡିଜେ ମାଲିକ । ଏହାକୁ ନେଇ ବାଲିକନ୍ଦଳ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସକୁ ଠେଲାପେଲା କରିଥିବା ଜଣାପଡିଛି । ଜଣକୁ ଅଟକ ରଖି ଗୋପ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ସହ ବରଯାତ୍ରୀ ଗାଡ଼ି ଓ ବରଯାତ୍ରୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଗତକାଲି ବିଳମ୍ବିତ ରାତିରେ ବାଲିକନ୍ଦଳ ଗାଁରେ ବାହାଘର ପ୍ରୋସେସନ ବେଳେ ଘଟିଥିଲା ଏହି ତୁମୁଳକାଣ୍ଡ । ବରଯାତ୍ରୀରେ ଯାଇଥିବା ଡିଜେ ଗାଡ଼ି ଲାଗି ଟେଣ୍ଟ କପଡ଼ା ଚିରିବାରୁ ହୋଇଥିଲା ଗଣ୍ଡଗୋଳ । ପାଟିତୁଣ୍ଡ ତୀବ୍ର ପରେ ଡିଜେ ମାଲିକ ଓ କର୍ମଚାରୀ ଆକ୍ରମଣ କରିଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ଗୋପ ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକମାନେ କୋଣାର୍କ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ।

Get real time updates directly on you device, subscribe now.