fbpx

ଭିଜିଲାନ୍ସ ଚଢ଼ାଉ: ୧୫ ଘଣ୍ଟାର ରେଡ୍ ପରେ ମିଳିଲା ମାତ୍ରେ ୧୭ ହଜାର, ରାତି ୧୨ଟାରେ ଫେରିଲେ ଟିମ୍: ସପା ନେତା ରାଜୀବ ରାୟ

ଲଖନଉ: ଆଜି ଉତ୍ତରପ୍ରଦେଶର ଅନେକ ଜିଲ୍ଲାର ସମାଜବାଦୀ ପାର୍ଟି ନେତାଙ୍କ ଘର ଉପରେ ଆୟକର ବିଭାଗର ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ତେବେ ଆୟକର ବିଭାଗ ଟିମ୍ ସପାର ଜାତୀୟ ସଚିବ ତଥା ମୁଖପାତ୍ର ରାଜୀବ ରାୟଙ୍କ ବାସଭବନରୁ ଫେରି ଆସିଛି । ପ୍ରାୟ ୧୫ ଘଣ୍ଟା କାଳ ରେଡ୍ ପରେ ରାତି ୧୨ ଟାରେ ଟିମ୍ ରାଜୀବଙ୍କ ଘରୂ ଫେରିଥିଲା । ହେଲେ ଦୀର୍ଘ ସମୟର ରେଡ୍ ପରେ ଆୟକର ବିଭାଗ କେବଳ ୧୭ ହଜାର ଟଙ୍କା ପାଇଥିଲା ।

ଏହି ରେଡ୍ ସମୟରେ ଆର୍ଥିକ ନେଣଦେଣ, ଡିଜିଟାଲ୍ ନେଣଦେଣ, ବ୍ୟାଙ୍କ ୂସମ୍ପର୍କିି ଦସ୍ତାବିଜ, ସେୟାର୍ ରେ ନିବେଶ ଆଦିର ଯାଞ୍ଚ କରିଥିଲା । ରାଜୀବ ରାୟଙ୍କ କମ୍ପ୍ୟୁଟର୍ ର ହାର୍ଡଡିସ୍କକୁ ମଧ୍ୟ ଟିମ୍ ନିଜ କବଜାକୁ ନେଇଥିଲେ । ଏହି ପୂରା ଚଢ଼ାଉ ପ୍ରକ୍ରିୟାରେ ରାଜୀବଙ୍କୁ ତାଭ୍କ ବାସଭବନରେ ନଜରବନ୍ଦୀ କରାଯାଇଥିଲା । ହେଲେ ୧୫ ଘଣ୍ଟା କାଳ ଚଢ଼ାଉରେ ରାଜୀବଙ୍କ ଘରୁ କେବଳ ସାଢ଼େ ୧୭ ହଜାର ଟଙ୍କା ମିଳିଥିଲା ।

ସପା ନେତାଙ୍କ ଘରର କୋଣ ଅନୁକୋଣକୁ ଯାଞ୍ଚ ପରିସରଭୁକ୍ତ କରାଯାଇଥିଲା । ଟିମ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଡ୍ ଜାରି ରଖିଥିଲା । ସପାର କାର୍ଯ୍ୟକର୍ତ୍ତାଙ୍କ ସମେତ ଆୟକର ବିଭାଗର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜୀବଙ୍କ ଘରେ ଉପସ୍ଥିତ ଥିଲେ । ସପାର କାର୍ଯ୍ୟକର୍ତ୍ତାମାନେ ଏହାକୁ ବିରୋଧ କରିବାକୁ ପୋଲିସ୍ ମଧ୍ୟ ମୁତୟନ କରାଯାଇଥିଲା । ସପା ନେତାମାନେ ଅଭିଯୋଗ କରିଥିଲେ ଯେ, ବିଜେପିର ଚାପରେ ଆସି ଏହିପରି ଭାବେ ଚଢ଼ାଉ କରି ରାଜୀବ ରାୟଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି ।

Get real time updates directly on you device, subscribe now.