fbpx

ସୁମିତ ଗୋଟେ ଡାକ୍ତର ନୁହେଁ, ସେ ଗୋଟେ ମୁର୍ଖ, ମାସେ ହେଲାଣି ସ୍ତ୍ରୀକୁ ବାହାରେ ବସେଇଛି: ତପସ୍ୱିନୀଙ୍କ ମାଆ କ’ଣ କହିଲେ ଦେଖନ୍ତୁ VIDEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୭ ତାରିଖରୁ ଦ୍ୱିତୀୟ ଥର ପାଇଁ ନିଜ ଶ୍ୱଶୁର ଘର ଆଗରେ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି ତପସ୍ୱିନୀ ଦାଶ । ଇତିମଧ୍ୟରେ ଶୀତ, କାକରରେ ତପସ୍ୱିନୀ ଦୁଇଟି ସକାଳ ଅତିକ୍ରମ କରିସାରିଥିଲେ ହେଁ ଶ୍ୱଶୁର ଘର ପକ୍ଷରୁ କୌଣସି ସହାନୁଭୂତି ମିଳିନାହିଁ । ସୁମିତ ରାତିରେ ଲୁଚିଲୁଚି ତାଙ୍କ ଘରକୁ ଆସିବା ସହ ପାଚେରୀ ଡେଇଁ ଚାଲିଯାଇଥିବା ନେଇ ତପସ୍ୱିନୀ ଅଭିଯୋଗ କରିଥିଲେ । ଏହାପରେ ଆଡିସନାଲ ଏସପି, ଏସଡିପିଓଙ୍କ ଟିମ୍ ସୁମିତଙ୍କ ଘରେ ପହଞ୍ଚି ସୁମିତଙ୍କୁ ଖୋଜିଥିଲା । ସୁମିତ କେଉଁଠି ରହୁଛନ୍ତି, କେଉଁଠି ଚିକିତ୍ସିତ ହେଉଛନ୍ତି ସେନେଇ କୌଣସି ସ୍ପଷ୍ଟ ଉତ୍ତର ପୋଲିସକୁ ଦେଇନଥିଲେ ସୁମିତଙ୍କ ବାପା ପ୍ରମୋଦ । ଏହାପରେ ପୋଲିସ ତପସ୍ୱିନୀଙ୍କୁ ସାନ୍ତ୍ୱନା ଦେଇ ଫେରିଯାଇଥିବା ବେଳେ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ସେ ଏମିତି ବସି ରହିବେ ବୋଲି କହିଥିଲେ ତପସ୍ୱିନୀ ।

ତେବେ ଆଜି ତପସ୍ୱିନୀଙ୍କ ଧାରଣାସ୍ଥଳରେ ପହଞ୍ଚିଛନ୍ତି ତାଙ୍କ ମାଆ । ତପସ୍ୱିନୀଙ୍କ ମାଆ କହିଛନ୍ତି ଯେ, ସୁମିତ ଗୋଟେ ଡାକ୍ତର ନୁହେଁ, ସେ ଗୋଟେ ମୁର୍ଖ । ମାସେ ହେଲାଣି ଘରର ବୋହୁକୁ ବାହାରେ ବସାଇଛନ୍ତି, ସେମାନଙ୍କର ବିବେକ ବୋଲି କିଛି ନାହିଁ । ସାଧାରଣ ଜରି ଗୋଟାଳି ନିଜ ପତ୍ନୀଙ୍କର ଦେଖାରଖା ଠିକରେ କରିଥାଏ, ଯାହାକି ସୁମିତ କ୍ଷେତ୍ରରେ ଏହା ବ୍ୟତିକ୍ରମ । ସୁମିତ ତା’ ବାପା, ମାଆଙ୍କ ଇସାରାରେ ବାଟ ଚାଲିଛି । ସୁମିତ ଯେତେ ବଡ଼ ବଡ଼ ଲୋକଙ୍କର ଇସାରେ ନାଚୁଥିଲେ ହେଁ ଆମ ପାଖରେ ଜଗନ୍ନାଥ ଅଛନ୍ତି । ସେ ଆମକୁ ସହାୟ ହେବେ ଓ ନ୍ୟାୟ ଦେବେ । ଯେହେତୁ ତପସ୍ୱିନୀ ଓ ସୁମିତ ଭଲପାଇ ବିବାହ କରିଥିଲେ, ତେଣୁ ସେମାନେ ଅଧିକ ନିବିଡ଼ ଭାବେ ସଂସାର କରିବା କଥା, ମାତ୍ର ତାହା ଏଠି ଦେଖିବାକୁ ମିଳୁନାହିଁ । ଏ ସମାଜରୁ କୋର୍ଟ, କଚେରୀ ଉଠିଯିବନି, ଆମକୁ ନିଶ୍ଚୟ ନ୍ୟାୟ ମିଳିବ ।

Get real time updates directly on you device, subscribe now.