fbpx

BBC IT Raid: ଡକ୍ୟୁମେଣ୍ଟାରୀ ବିବାଦ ମଧ୍ୟରେ BBCର କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ

Advertisement

ନୂଆଦିଲ୍ଲୀ: ଆୟକର ବିଭାଗ ମଙ୍ଗଳବାର ଦିନ ବିସିସିଆଇର ଦିଲ୍ଲୀ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ନ୍ୟୁଜ୍ ଏଜେନ୍ସି ANI ଏହି ସୂଚନା ଦେଇଛି। ସୂଚନା ମୁତାବକ ଗୁଜୁରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ମଧ୍ୟରେ ଏହା ଏକ ବଡ଼ ଖବର । ଆୟକର ବିଭାଗ ଦଳ ଦିଲ୍ଲୀର BBC ମୁଖ୍ୟାଳୟରେ ପହଞ୍ଚିଛି। ଯଦି ମିଳୁଥିବା ସୂଚନାକୁ ବିଶ୍ୱାସ କରାଯାଏ ତେବେ ଅଫିସରେ ବର୍ତ୍ତମାନ ଚଢ଼ାଉ ଚାଲିଛି। ଜାଣିବାକୁ ମିଳିଛି ଯେ ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରାଯାଇଛି। ଆକାଉଣ୍ଟ ଅଫିସରେ ରଖାଯାଇଥିବା କମ୍ପ୍ୟୁଟରର ତଥ୍ୟ ଯାଞ୍ଚ କରାଯାଉଛି। ଏହା ସହିତ କୌଣସି କର୍ମଚାରୀଙ୍କୁ ବାହାରକୁ ଯିବାକୁ ଅନୁମତି ନାହିଁ ।

ସେପଟେ କଂଗ୍ରେସ ଏହି ଘଟଣାରେ ବିଜେପିକୁ ଟାର୍ଗେଟ କରିଛି। କଂଗ୍ରେସ ଟ୍ୱିଟ୍ କରି କହିଛି ଯେ BBC ଡକ୍ୟୁମେଣ୍ଟାରୀ ପ୍ରଥମେ ଆସିଛି, ଏହାକୁ ନିଷେଧ କରାଯାଇଛି। ବର୍ତ୍ତମାନ ଆଇଟି BBC ଉପରେ ଚଢ଼ାଉ କରିଛି। ଏହା ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି । ମୋଦୀ ସରକାର ନିଜ ହିସାବରେ ଏଜେନ୍ସି ମାନଙ୍କୁ ବ୍ୟକହାର କରୁଛନ୍ତି । ପ୍ରଥମେ ଡକ୍ୟୁମେଣ୍ଟରୀ ବ୍ୟାନ କରିଲେ ଆଉ ଏବେ ଅଫିସ ଉପରେ ଚଢ଼ାଉ ଏହା ପଛରେ କାରଣ କଣ ତାହା ସମସ୍ତଙ୍କୁ ଜଣା ବୋଲି କଂଗ୍ରେସ କହିଛି ।

ସୂଚାନମୂତାବକ୨୦୦୨ ଗୁଜୁରାଟ ଦଙ୍ଗାକୁ ଦର୍ଶାଉଥିବା India: The Modi Question ହେଉଛି ଏକ ଦୁଇ ଭାଗ ବିଶିଷ୍ଟ ସିରିଜ୍ । ଏହି ଡକ୍ୟୁମେଣ୍ଟାରୀରେ ସେହି ସମୟର ରାଜନୈତିକ ପରିସ୍ଥିତିର ଚିତ୍ର ଦେଖାଯାଇଛି ଏବଂ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୟ ମଧ୍ୟ ଦେଖାଯାଇଛି। ଏହି ଡକ୍ୟୁମେଣ୍ଟାରୀର ପ୍ରଥମ ଏପିସୋଡ୍ ଜାନୁଆରୀ ୧୭ରେ ବ୍ରିଟେନରେ ପ୍ରସାରିତ ହୋଇଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାରମ୍ଭିକ ରାଜନୈତିକ ଜୀବନ ଦେଖାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଡକ୍ୟୁମେଣ୍ଟାରୀର ଅଧିକାଂଶ ଭାଗରେ ପିଏମ ମୋଦୀଙ୍କ ବିରୋଧ କାର୍ଯ୍ୟ ଦେଖାଯାଇଛି।

ଡକ୍ୟୁମେଣ୍ଟାରୀରେ ଗୁଜୁରାଟ ଦଙ୍ଗା ବିଷୟରେ ଉଲ୍ଲେଖ କରି ପିଏମ ମୋଦୀଙ୍କ କାର୍ଯ୍ୟକାଳ ଉପରେ ପ୍ରଶ୍ନ ଉଠିଛି। ଏହି ଦଙ୍ଗାରେ ପ୍ରାୟ ୨ ହଜାର ଲୋକ ପ୍ରାଣ ହରାଇଥିଲେ। ଗୁଜୁରାଟ ଦଙ୍ଗାର ପ୍ରକୃତ କାହାଣୀ ଏହି ଡକ୍ୟୁମେଣ୍ଟାରୀରେ ଦର୍ଶାଯାଇଛି ବୋଲି ଦାବି କରାଯାଇଛି। ଏଥି ସହିତ ଏହି ଡକ୍ୟୁମେଣ୍ଟାରୀ ଉପରେ ଭାରତ ସରକାରଙ୍କ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.