fbpx

ହୀରା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ, ୫୦୦ କୋଟିର ଠକେଇ

ନୂଆଦିଲ୍ଲୀ: ଗୁଜୁରାଟର ଜଣେ ହୀରା ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ । ବ୍ୟବସାୟୀଙ୍କ ୨୩ଟି ଠିକଣାରେ ରେଡ୍ କରିବାରୁ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର ଜାଲିଆଲି ଧରାପଡିଛି ।

ଆୟକର ବିଭାଗର ବୟାନ ହିସାବରେ, ଗୁଜୁରାଟର ଏହି ବ୍ୟବସାୟୀ ହୀରା ଉତ୍ପାଦନ ଓ ରପ୍ତାନୀ କରନ୍ତି । ୨୨ ସେପ୍ଟେମ୍ବରରେ ସୁରଟ, ନାଭସାରି, ମୋରବୀ, ୱାନକାନର ଓ ମୁମ୍ବାଇର ମୋଟ ୨୩ଟି ଠିକଣାରେ ଚଢ଼ାଉ ହୋଇଥିଲା ଓ ଜବତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗୁପ୍ତସୂତ୍ରରୁ ଖବର ମିଳିବା ପରେ ଆୟକର ବିଭାଗ ସେଠାରେ ଚଢ଼ାଉ କରିଥିଲା । ଏହି ସମୟରେ ୫୧୮ କୋଟିର ହୀରା ଓ ଅଘୋଷିତ କାରବାର ଡକ୍ୟୁମେଣ୍ଟ ଆଦି ଜବତ ହୋଇଥିଲା ।

Get real time updates directly on you device, subscribe now.