fbpx

ସୋନୁ ସୁଦଙ୍କ ଘରେ ତୃତୀୟ ଦିନ ଆୟକର ବିଭାଗର ଚଢ଼ାଉ, ମିଳିଲା ଶକ୍ତ ପ୍ରମାଣ: ସୂତ୍ର

ମୁମ୍ବାଇ : ବଲିଉଡ କଳାକାର ଏବଂ କରୋନା କାଳରେ ଲୋକଙ୍କ ପାଇଁ ଦେବଦୂତ ପାଲଟିଥିବା ସୋନୁ ସୁଦଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ଆୟକର ବିଭାଗ ଲଗାତାର ତୃତୀୟ ଥର ପାଇଁ ଚଢ଼ାଉ କରିଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଏହି ଚଢ଼ାଉରେ ଟ୍ରାକ୍ସ ହେରାଫେରି ମାମଲାରେ ଶକ୍ତ ପ୍ରମାଣ ମିଳିଛି । ସୂଚନା ମୁତାବକ, ନିଜ ଫିଲ୍ମରୁ ମିଳୁଥିବା ଟଙ୍କାରେ ଟ୍ୟାକ୍ସ ଅନିୟମିତତା ଦେଖିବାକୁ ମିଳିଛି । ଏହି ଅନିୟମିତତା ପରେ ଏବେ ଇନକମ୍ ଟ୍ୟାକ୍ସ ବିଭାଗ ସୋନୁଙ୍କ ଚ୍ୟାରିଟି ଫାଉଣ୍ଡେସନର ଆକାଉଣ୍ଟକୁ ଯାଞ୍ଚ କରିବ । ଖବର ମିଳିଛି ଯେ, ଆୟକର ବିଭାଗ ଏହି ମାମଲାରେ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜିତ କରିପାରେ ।

ତେବେ ବୁଧବାରଠାରୁ ଏହି ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ମୁମ୍ବାଇ ଓ ଲଖନଉରେ ସୋନୁଙ୍କ ୬ଟି ସମ୍ପତ୍ତିରେ ଯାଞ୍ଚ ଚାଲିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ ସୋନୁ ସୁଦଙ୍କ ଏକ ଡିଲକୁ ନେଇ ତନାଘନା କରୁଛି । ସୁଦ ଲଖନଉର ଏକ ରିୟଲ ଏଷ୍ଟେଟ୍ କମ୍ପାନୀ ସହ ଏହି ଚୁକ୍ତି କରିଛନ୍ତି । ହେଲେ ଏହି ମାମଲାରେ କୌଣସି ଆନୁଷ୍ଠାନିକ ବୟାନ କି ସୂଚନା ଦିଆଯାଇ ନାହିଁ । କୋଭିଡ୍ ମହାମାରୀ ସମୟରେ ଅହୋରାତ୍ର ଲୋକଙ୍କ ସାହାଯ୍ୟ କରିଥିବା ସୋନୁ ସୁଦ ମିଡିଆ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶଂସାର ପାତ୍ର ପାଲଟିଛନ୍ତି । କରୋନା କାଳରେ ସୋନୁ ବଡ ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ । ଏପରିକି ପ୍ରବାସୀ ଶ୍ରମିକଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ ।

Get real time updates directly on you device, subscribe now.