fbpx

ଅର୍ଡର୍ କରିଥିଲେ ବର୍ଗର, ହେଲେ ଖାଇବା ବେଳେ ଭିତରୁ ବାହାରିଲା ଆଙ୍ଗୁଠି

ବଲିଭିଆ: ଅନଲାଇନ୍ ରେ ବର୍ଗର ଅର୍ଡର୍ କରିଥିଲେ । ହେଲେ ଖାଇବା ସମୟରେ ସେଥିରୁ ଏକ ମଣିଷ ଆଙ୍ଗୁଠି ଦେଖିବାକୁ ପାଇଥିଲେ । ଏହି ଘଟଣା ବଲିଭିଆରେ ଦେଖିବାକୁ ମିଳିଛି । ସେଠାରେ ଥିବା ଏକ ରେଷ୍ଟୁରାଣ୍ଟରୁ ମହିଳା ଜଣକ ବର୍ଗର୍ ଅର୍ଡର୍ କରିଥିଲେ । ହେଲେ ସେଥିରୁ ଆଙ୍ଗୁଠି ବାହାରିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହିଳା ଜଣକ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଏବେ ଫଟୋଟି ଖୁବ୍ ଭାଇରାଲ୍ ହେଉଛି । ତେବେ ଏନେଇ ଉପଭୋକ୍ତା ପ୍ରତିରକ୍ଷା ମନ୍ତ୍ରୀ ବିବୃତ୍ତି ଜାରି କରିଛନ୍ତି ।

ଏ ସମ୍ପର୍କରେ ଉପଭୋକ୍ତା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ବର୍ଗରରେ ମିଳିଥିବା ଆଙ୍ଗୁଠିଟି ହେଉଛି ଉକ୍ତ ରେଷ୍ଟୁରାଣ୍ଟର ଜଣେ କର୍ମଚାରୀଙ୍କର । ସେ କାମ କରିବା ସମୟରେ ନିଜ ଆଙ୍ଗୁଠିକୁ ହରାଇଥିଲେ । ସେ ଶୁକ୍ରବାର ଦିନ ତାଙ୍କ ଆଙ୍ଗୁଠି ହରାଇଥିଲେ । ସେ ଏକ କଟର୍ ମେସିନ୍ ରେ କାମ କରିବା ସମୟରେ ନିଜର ଦୁଇଟି ଆଙ୍ଗୁଠି ହରାଇ ବସିଥିଲେ । ତେବେ ସେ ସମୟରେ ତାଙ୍କୁ ଖୁବ୍ ଶୀଘ୍ର ମେଡିକାଲ୍ କୁ ନିଆଯାଇଥିଲା । ଉକ୍ତ କର୍ମଚାରୀ ଏକ ମିଟ୍ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ସେଠାରୁ ପ୍ରାୟ ୨୦ଟି ରେଷ୍ଟୁରାଣ୍ଟକୁ ବର୍ଗର୍ ସପ୍ଲାଏ ହୋଇଥାଏ ।

ତେବେ ଏହି ଘଟଣାର ଏବେ ତଦନ୍ତ ଚାଲିଛି । ରେଷ୍ଟୁରାଣ୍ଟରେ କାମ କରୁଥିବା କର୍ମଚାରୀ ମାନେ ବର୍ଗର ଟିକୁ ପ୍ୟାକ୍ କରିବା ସମୟରେ କିପରି ଜାଣିପାରିଲେ ନାହିଁ ସେନେଇ ଅଧିକ ତଦନ୍ତ କରାଯାଉଛି । ଏନେଇ ଉକ୍ତ ମହିଳା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ମାମଲା ପଛରେ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

Get real time updates directly on you device, subscribe now.