fbpx

ସରକାର ଏହି ଲୋକମାନଙ୍କ ପାଇଁ ବଢାଇଲେ ଆଇଟିଆର ଦାଖଲ କରିବାର ତାରିଖ, ୩୦ ନଭେମ୍ବର ହେଲା ନୂଆ ଡେଟ୍

Advertisement

ନୂଆଦିଲ୍ଲୀ: ଇନକମ ଟ୍ୟାକ୍ସ ବିଭାଗ ଆୟକର ରିଟର୍ଣ୍ଣ ଫାଇଲ କରିବା ଲାଗି ତାରିଖକୁ ବଢାଇଛନ୍ତି । ଏହା ସାଧାରଣ କରଦାତାଙ୍କ ପାଇଁ ନୁହେଁ । ସରକାର ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବା ପାଇଁ ଶେଷ ତାରିଖ ନଭେମ୍ବର ୩୦କୁ ବଢାଇଛନ୍ତି । ଆୟକର ୱେବସାଇଟ ବା ଅଫଲାଇନ ମାଧ୍ୟମରେ ଆପଣ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିପାରିବେ ।

ସୋମବାର ଦିନ ସରକାର କହିଛନ୍ତି ଯେ, କମ୍ପାନୀମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବା ଲାଗି ଲାଷ୍ଟ ଡେଟ ୩୦ ନଭେମ୍ବର ପର୍ଯ୍ୟନ୍ତ କରିଦେଇଛନ୍ତି । ଏହା ବ୍ୟତୀତ, ଯେଉଁ କମ୍ପାନୀମାନଙ୍କୁ ନିଜ ଆକାଉଣ୍ଟର ଅଡିଟ୍ କରାଇବାର ଆବଶ୍ୟକତା ଅଛି, ତାଙ୍କ ପାଇଁ ଅଡିଟ୍ ରିପୋର୍ଟ ଦାଖଲ କରିବାର ନିୟମ ତାରିଖ ଗୋଟିଏ ମାସ ବଢାଇ ୩୧ ଅକ୍ଟୋବର ପର୍ଯ୍ୟନ୍ତ କରାଯାଇଛି ।

ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଆସେସମେଣ୍ଟ ବର୍ଷ ୨୦୨୩-୨୪ ପାଇଁ ଫର୍ମ ଆଇଟିଆର-୭ରେ ଆୟ ରିଟର୍ଣ୍ଣ କରିବାର ନିୟମ ତାରିଖ ୩୧.୧୦.୨୦୨୩ରୁ ବଢାଯାଇ ୩୦.୧୧.୨୦୨୩ ପର୍ଯ୍ୟନ୍ତ କରାଯାଇଛି ।

Get real time updates directly on you device, subscribe now.