fbpx
BSKY SKY
BSKY SKY

ବଡ଼ ଅପଡେଟ! ୩୧ ମାର୍ଚ୍ଚ ପୂର୍ବରୁ ସାରିଦିଅନ୍ତୁ ଏହି କାମ, ବଞ୍ଚିଯିବ ଲକ୍ଷାଧିକ ଟଙ୍କାର ଟ୍ୟାକ୍ସ

BSKY

ନୂଆଦିଲ୍ଲୀ: ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କାରିବାର ତାରିଖ ପାଖେଇ ଆସୁଛି । ଏପ୍ରିଲ ମାସରୁ ଇନକମ୍ ଟ୍ୟାକ୍ସ ଦାଖଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏଥି ସହିତ ଟିକସଦାତାମାନେ ୨୦୨୨-୨୩ ୠଣ ପାଇଁ ଟିକସ ଦାଖଲ କରିବାକୁ ସକ୍ଷମ ହେବେ ଏବଂ ଏହି ଆର୍ଥିକ ବର୍ଷ ପାଇଁ ହୋଇଥିବା ନିବେଶରେ ମଧ୍ୟ ରିହାତି ପାଇପାରିବେ । ଅବଶ୍ୟ ଲୋକଙ୍କୁ ମାର୍ଚ୍ଚ ମାସରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବାକୁ ପଡିବ, ଯାହାପରେ ଏହାର ଫାଇଦା ଲୋକମାନେ ଇନକମ ଟ୍ୟାକ୍ସ ଦାଖଲ ବେଳେ ପାଇପାରିବେ ।

ଟ୍ୟାକ୍ସ:-
ଟିକସଦାତାମାନେ ଆସନ୍ତା ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବିନିଯୋଗ ଯୋଜନା ଆରମ୍ଭ କରିଛନ୍ତି, କାହିଁକି ନା ବର୍ତ୍ତମାନ ଆର୍ଥିକ ବର୍ଷ ୩୧ ମାର୍ଚ୍ଚ ୨୦୨୩ ରେ ଶେଷ ହେବାକୁ ଯାଉଛି । ଭବିଷ୍ୟତର ଟ୍ୟାକ୍ସ ଯୋଜନା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହି ମାସ ଶେଷ ପୂର୍ବରୁ କିଛି ସରଳ ପ୍ରଣାଳୀ ନିଶ୍ଚିତ କରିବା ମଧ୍ୟ ବ୍ୟକ୍ତିଙ୍କୁ ଟିକସ ସଞ୍ଚୟ କରିବାରେ ସାହାଯ୍ୟ କରିପାରେ ।

ଆୟକର ରିଟର୍ଣ୍ଣ :-
ଆର୍ଥିକ ବର୍ଷ ୠଣ ୨୦୨୨-୨୩ ଶେଷ ହେବାକୁ ଯାଉଥିବାବେଳେ ଟିକସଦାତାମାନଙ୍କ ପାଖରେ ଟିକସ ରିହାତିର ଲାଭ ଉଠାଇବାର ସମୟ ସରିଯାଉଛି । ନିବେଶ ପରି କିଛି ସରଳ ପଦକ୍ଷେପ ଅନୁସରଣ କରି ବ୍ୟକ୍ତିମାନେ ବହୁ ଅର୍ଥ ସଞ୍ଚୟ କରିପାରିବେ । ଏହି ସୁଯୋଗର ଅଧିକ ଉପଯୋଗ କରିବାକୁ ସମୟସୀମା ପୂର୍ବରୁ ବିନିଯୋଗ କରିବା ଆବଶ୍ୟକ ।

ଇନକମ୍ ଟ୍ୟାକ୍ସ :-
ଯଦି ଆପଣ ଚଳିତ ବର୍ଷ ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟରେ ଟିକସ ରିହାତିର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ୩୧ ମାର୍ଚ୍ଚ ୨୦୨୩ ପୂର୍ବରୁ ନିବେଶ କରିବାକୁ ପଡିବ, ଯାହା ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟରେ ଦେଖାଯାଇପାରିବ ଏବଂ ଏଥିରେ ଟ୍ୟାକ୍ସ ମଧ୍ୟ ସଞ୍ଚୟ ହୋଇପାରିବ । ଏଭଳି ପରିସ୍ଥିତିରେ ଜାତୀୟ ପେନ୍ସନ୍ ସ୍କିମରେ ନିବେଶ ହେଉଛି ଟିକସ ସଞ୍ଚୟ କରିବାର ଆଉ ଏକ ସ୍ମାର୍ଟ ଉପାୟ । ଟିକସଦାତାମାନେ ଧାରା ୮୦ସି ଅନୁଯାୟୀ ୧.୫ ଲକ୍ଷରୁ ଅଧିକ ଏବଂ ଅଧିକରୁ ଅଧିକ ୫୦,୦୦୦ ଟଙ୍କା ରିହାତି ଦାବି କରିପାରିବେ । ଏଭଳି ପରିସ୍ଥିତିରେ ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ସଞ୍ଚୟ ହୋଇପାରିବ ।

Get real time updates directly on you device, subscribe now.