fbpx

Union Budget Live; ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାରେ ବୃଦ୍ଧି: ନିଯୁକ୍ତି, ଦକ୍ଷତା ବିକାଶ ଉପରେ ଗୁରୁତ୍ୱ…

ନୂଆଦିଲ୍ଲୀ: ଆଜି ଲୋକସଭାରେ ମୋଦୀ ୩.୦ର ପ୍ରଥମ ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟ ସେଶନରେ ଅନେକ ବଡ଼ ଘୋଷଣା କରିବା ନେଇ ଆଶା ଓ ଆକାଂକ୍ଷା ରହିଛି । ତେବେ ସରକାରଙ୍କ ପ୍ରାଥମିକତାରେ ରହିଛି ନିଯୁକ୍ତି ଏବଂ ଦକ୍ଷତା ବିକାଶ ଭଳି ପ୍ରମୁଖ ପ୍ରସଙ୍ଗ । ତେଣୁ ବଜେଟର ପ୍ରାରମ୍ଭରୁ ହିଁ ଅର୍ଥମନ୍ତ୍ରୀ ଏହା ଉପରେ ପ୍ରାଧାନ୍ୟ ଦେଇଛନ୍ତି । ନିଯୁକ୍ତି, ଦକ୍ଷତା ବିକାଶ, ଏମଏସଏମଇ ଏବଂ ମଧ୍ୟବିତ୍ତଙ୍କୁ ଫୋକସ୍ କରିଛି ବଜେଟ-୨୦୨୪ । ଏହାସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସାଂସଦରେ ୨୦୨୪-୨୫ ଆର୍ତିକ ବର୍ଷର ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆ ଆର୍ଥିକ ବର୍ଷରେ ବିକଶିତ ଭାରତକୁ ପ୍ରାଧାନ୍ୟ ଦିଆଯାଇଛି । ବଜେଟ ଅଭିଭାଷଣ ସମୟରେ ସରକାରଙ୍କ ତରଫରୁ ନିଯୁକ୍ତି, ଦକ୍ଷତା ବିକାଶ, ଏମଏସଏମଇ ଏବଂ ମଧ୍ୟବିତ୍ତଙ୍କୁ ଫୋକସ୍ କରାଯାଇଛି । ପ୍ରଥମ ଘୋଷଣାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାପରେ ନିଯୁକ୍ତି ଏବଂ ଦକ୍ଷତା ବିକାଶ ଉପରେ ମଧ୍ୟ ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୫ ବର୍ଷ ମଧ୍ୟରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ମିଳିବା ନେଇ ଲକ୍ଷ୍ୟ ରଖାଯାଇଛି । ମୋଦୀ ୩.୦ ସରକାର ବେରୋଜଗାରୀ ସମସ୍ୟାକୁ ହ୍ରାସ କରିବା ପାଇଁ ଏକ ଟାର୍ଗେଟ ସ୍ଥିର କରିଛି ବିଜେପି ସରକାର । ତେବେ ନିଯୁକ୍ତି ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ଟଙ୍କାର ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.