fbpx
BJD
BJD SKY
BJD SKY

(Video) ବୟସ କେବଳ ଗୋଟିଏ ନମ୍ବର: ପ୍ରମାଣ କରିଦେଲେ ଦାଦି…

BJD

ଜନ୍ମାଷ୍ଟମୀ ଅବସରରେ ଅନେକ ସ୍ଥାନରେ ଆୟୋଜନ ହୋଇଥାଏ ଦହିହାଣ୍ଡି କାର୍ଯ୍ୟକ୍ରମ । ଦହିହାଣ୍ଡି ଭାଙ୍ଗିବାକୁ ଲୋକଙ୍କ ମଧ୍ୟରେ ରହିଥାଏ ଅପୂର୍ବ ଉତ୍ସାହ । ପିଲାଠୁ ବୟସ୍କ ସମସ୍ତେ ତଥା ସବୁ ବର୍ଗଙ୍କ ମଧ୍ୟରେ ଦହିହାଣ୍ଡିକୁ  ନେଇ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥାଏ । ଏମିତିକି ମହିଳାମାନେ ମଧ୍ୟ ଏଥିରେ ଭାଗ ନେଇଥାନ୍ତି । ନିକଟରେ ଏହାକୁୁ ମହାରାଷ୍ଟ୍ର ସରକାର ଖେଳର ମାନ୍ୟତା ମଧ୍ୟ ଦେଇଛନ୍ତି ।

ଖାଲି ସେତିକି ନୁହେଁ ଏଥିପାଇଁ ସ୍ୱତନ୍ତ୍ର ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଆଉ ଏହି ପ୍ରତିଯୋଗିତା ରେ ଭାଗନେଇଥିବା ଦଳକୁ ପୁରସ୍କାର ମଧ୍ୟ ମିଳିଥାଏ । ତେବେ କରୋନା ମହାମାରୀ ଯୋଗୁଁ  ଦୁଇ ବର୍ଷ ଧରି କଟକଣା ଯୋଗୁଁ ବନ୍ଦ ରହିଥିବା ଯୋଗୁଁ ଏବର୍ଷ ଜନ୍ମାଷ୍ଟମୀ ବେଶ୍ ଆଡମ୍ବର ଏବଂ ଧୁମଧାମରେ ପାଳିତ ହୋଇଥିଲା । ଜନ୍ମାଷ୍ଟମୀର ଅନେକ ଭିଡିଓ ଏବେ ସାମ୍ନାକୁ ଆସୁଛି । ଆଉ ଏହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।  ଯେଉଁଥିରେ ଜଣେ ଦାଦି ଦହି ହାଣ୍ଡି ଭାଙ୍ଗୁଛନ୍ତି । ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବା ସହ ରୋମାଞ୍ଚିତ ହୋଇଉଠିବେ ।

ଭିଡିଓକୁ ଆଇପିଏସ ଦୀପାଂଶୁ କାବ୍ରା ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ଦେଖାଯାଉଛି, ଏହି ଦାଦି ହ୍ୟୁମାନ ପିରାମିଡ ଉପରେ ଚଢ଼ି ଦହିହାଣ୍ଡି ଭାଙ୍ଗୁଛନ୍ତି ଯାହା ଦେଖିବାକୁ ଖୁବ୍ ରୋମାଞ୍ଚକର । ଆଉ ସେ ଏଥିରେ ସଫଳ ମଧ୍ୟ ହେଉଛନ୍ତି । ଆଉ ତାଙ୍କୁ ତାଳିମାରି ଉତ୍ସାହିତ କରୁଛନ୍ତି ସେଠାରେ ଉପସ୍ଥିତ ଥିବାଲୋକେ । ସେପଟେ ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ୟୁଜର୍ସ, ଏବଂ ବୟସର ଅପରାହ୍ନରେ ଦାଦିଙ୍କ ଏପରି ସାହସକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.