fbpx
BJD
BJD SKY
BJD SKY

ଘରେ ଏଭଳି ସଙ୍କେତ ଦେଖାଦେଉଥିଲେ ହୋଇଯାଆନ୍ତୁ ସତର୍କ, ହୋଇପାରେ ଖରାପ ସମୟର ଇସାରା

BJD

କୁହାଯାଏ ଖରାପ ସମୟ କେତେବେଳେ ପୂର୍ବ ସୂଚନା ଦେଇ ଆସିନଥାଏ । କିନ୍ତୁ ତଥାପି ନିଜ ଆଖପାଖର କିଛି ଘଟଣାକୁ ଧ୍ୟାନ ଦେଲେ ଏହାର କିଛି ସଙ୍କେତ ମିଳିପାରେ । ଚାଣକ୍ୟ ନୀତିରେ ଖରାପ ସମୟ ପୂର୍ବର କିଛି ସଙ୍କେତ ବିଷୟରେ କୁହାଯାଇଛି । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ କହିଛନ୍ତି ଯେ ଆର୍ଥିକ ସଙ୍କଟ ଆସିବା ପୂର୍ବରୁ ଘରେ କିଛି ଏଭଳି କିଛି ସଙ୍କେତ ଦେଖିବାକୁ ମିଳିଥାଏ । ଯାହାକୁ ଦେଖି ଆପଣ ସତର୍କ ହୋଇପାରିବେ ।

  • ଘରେ ଲାଗିଥିବା ତୁଳସୀ ଗଛ ହଠାତ୍ ଶୁଖିଯିବା, ଖରାପ ସମୟର ସଙ୍କେତ ହୋଇପାରେ । ଏମିତି ହେବାଦ୍ୱାରା ଆପଣଙ୍କୁ ଆର୍ଥିକ ଅସୁବିଧା କିମ୍ବା ଅନ୍ୟ କୌଣସି ଅସୁବିଧା ହୋଇପାରେ । ତେବେ ଶୁଖିଯାଇଥିବା ଗଛ ସ୍ଥାନରେ ନୂଆ ଗଛ ଲଗାଇ, ପ୍ରତିଦିନ ପୂଜା କରିବା ସହ ଇଷ୍ଟ ଦେବକୁ ପ୍ରାର୍ଥନା କରନ୍ତୁ ।
  • ଘରେ ପ୍ରତିଦିନ ଝଗଡ଼ା ହେବା ଭଲ ସଙ୍କେତ ନୁହେଁ । ଏମିତି ଘରେ କେବେବି ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଘରର ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ସନ୍ଧ୍ୟାରେ ଏବଂ ସକାଳେ କର୍ପୂର ଜଳାନ୍ତୁ ଏବଂ ପୂଜା ପାଠ କରନ୍ତୁ ।
  • ଘରର ଲୋକଙ୍କ ନିଦ ଉଡ଼ିଯିବା ମଧ୍ୟ ଭଲ ସଙ୍କେତ ନୁହେଁ । ଏହା ବାସ୍ତୁ ଦୋଷ ଆଡକୁ ଇସାରା କରିଥାଏ ଏବଂ ଆର୍ଥିକ ଅସୁବିଧା ଆଣିପାରେ ।

Get real time updates directly on you device, subscribe now.