fbpx
BJD
BJD SKY
BJD SKY

(Video) ଆଜିଠାରୁ ସୁଭଦ୍ରା ମୋର ଭଉଣୀ, ତା’ର କିଛି ହେବନି: ମୁଁ ତାକୁ ପରିଚୟ ଦେବି, ତା’ର ସବୁ ଦାୟିତ୍ୱ ନେବି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ପଣ୍ଡାଙ୍କୁ ନେଇ ଆଜି ସାରା ଓଡ଼ିଶାରେ ଚର୍ଚ୍ଚା । ବାପା-ମା’ ଛେଉଣ୍ଡ ସୁଭଦ୍ରାଙ୍କ ଆଜି ଜୀବନ ସହିତ ସଂଘର୍ଷ କରୁଛନ୍ତି । ଜଣେ ବ୍ୟକ୍ତି ସୁଭଦ୍ରାଙ୍କୁ ଆଣି ଲାଳନପାଳନ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ବାପାଙ୍କ ମୃତ୍ୟୁ ପରେ ସୁଭଦ୍ରା ତାଙ୍କର ରୋଗିଣା ମା’ ସହିତ ଦୁଃଖକଷ୍ଟରେ ଜୀବନ ବିତାଇଥିଲେ । ଛୁଇଁଲେ ଅଶୁଭ ହେବ ବୋଲି ତାଙ୍କୁ ପାଖ ସାଇପଡ଼ିଶା କେହି ଛୁଇଁ ନଥିଲେ ।

ଜାତିରେ କଣ୍ଡରା ହୋଇଥିବାରୁ ସୁଭଦ୍ରାଙ୍କୁ କେହି ପାଖରେ ବସାନ୍ତି ନାହିଁ । ମାଆ ପାଉଥିବା ୫ ଶହ ଟଙ୍କା ଭତ୍ତାରେ ଦୁହେଁ ଓଳିଏ ଖାଇ ଓଳିଏ ଉପାସ ରହୁଥିଲେ । ଘର ଭାଙ୍ଗିରୁଜି ଯାଇଥିଲେ ହେଁ ମରାମତି କରିବାକୁ ପାଖରେ ପଇସାଟିଏ ନାହିଁ । ତେଣୁ ନିଜର ଦୁଃଖ ଦୂର କରିବା ପାଇଁ ସୁଭଦ୍ରା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସରୁ ସୁଭଦ୍ରାଙ୍କ ପାଖକୁ ଫୋନ୍ ଆସିଥିଲା । ଏଥିସହିତ ବିଭିନ୍ନ ସହୃଦୟ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ ସୁଭଦ୍ରାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ।

ଏବେ ସୁଭଦ୍ରାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ଜଣେ ଅଭିନେତ୍ରୀ । ସେ ହେଉଛନ୍ତି ତରଙ୍ଗ ଟିଭିର ସିରିୟଲ ଅଭିନେତ୍ରୀ ଉମା । ସୁଭଦ୍ରାଙ୍କ ଦୁଃଖକୁ ସହ୍ୟ କରି ପାରି ନାହାନ୍ତି ଉମା । ତେଣୁ ଉମା ସୁଭଦ୍ରାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିବା ସହ ତା’ର ଲାଳନ ପାଳନ ଦାୟିତ୍ୱ ନେଇଛନ୍ତି । ଦେଢ଼ବର୍ଷ ତଳେ ଉମାଙ୍କର ଜଣେ ଭଉଣୀ ଆରପାରିକୁ ଚାଲିଯାଇଥିଲେ । ତେଣୁ ସୁଭଦ୍ରାଙ୍କ ଦୁଃଖ କାହାଣୀ ଶୁଣିବା ପରେ ଉମାଙ୍କୁ ବହୁତ କଷ୍ଟ ଲାଗିଥିଲା । ସୁଭଦ୍ରାଙ୍କର ପାଠପଢ଼ା ଦାୟିତ୍ୱ ବହନ କରିବା ସହ ଭଉଣୀର ପରିଚୟ ପ୍ରଦାନ କରିବେ ବୋଲି ଉମା ପ୍ରତିଶ୍ରୁତି ଦେଇଛନ୍ତି । ଉମାଙ୍କ ପ୍ରକୃତ ନାମ ସୋନାକ୍ଷୀ ସାହୁ ହୋଇଥିବା ବେଳେ ସେ ‘ଝିଅ ଆମର ନୂଆ ବୋହୂ’ ସିରିୟଲରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଛନ୍ତି । ଉମାଙ୍କର ଏହି ମହତ୍ କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆମର ଆଶା ।

Get real time updates directly on you device, subscribe now.