fbpx
BJD SKY
BJD SKY

IND vs ENG ଅନ୍ତିମ ମ୍ୟାଚରୁ ବାଦ୍ ପଡ଼ିବେ କୁଳଦୀପ ଯାଦବ! ଶେଷ ଟେଷ୍ଟରେ ରୋହିତ ନେବେ ବଡ଼ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ବିଜୟୀ ହୋଇ ସାରିଛି । ତେବେ ଆସନ୍ତାକାଲିଠାରୁ ଶେଷ ଟେଷ୍ଟ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବେ ଭାରତ-ଇଂଲଣ୍ଡ । ତେବେ ଏହି ମ୍ୟାଚ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ଏକ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଶେଷ ମ୍ୟାଚରେ ଭାରତୀୟ ଦଳର ପ୍ଲେଇଙ୍ଗ-୧୧କୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି ରୋହିତ । ଏହି ମ୍ୟାଚ ପାଇଁ ଏକ ନୂଆ ଫର୍ମୁଲାରେ ମଇଦାନକୁ ଆସିପାରେ ଟିମ ଇଣ୍ଡିଆ ।

ଶେଷ ମ୍ୟାଚରେ ପ୍ଲେଇଙ୍ଗ-୧୧କୁ ନେଇ ରୋହିତ କହିଛନ୍ତି ଯେ, ବର୍ତ୍ତମାନ ପ୍ଲେଇଙ୍ଗ-୧୧ ଚୂଡ଼ାନ୍ତ ହୋଇନାହିଁ, କିନ୍ତୁ ଏହି ମ୍ୟାଚରେ ଦଳ ୩-ପେସରଙ୍କ ସହ ମଇଦାନକୁ ଓହ୍ଲାଇପାରେ । ଅର୍ଥାତ୍ ଅଶ୍ୱୀନ, ଜାଡେଜା କିମ୍ବା କୁଳଦୀପଙ୍କ ମଧ୍ୟରୁ କେହି ଜଣେ ଦଳରୁ ବାଦ୍ ପଡ଼ିପାରନ୍ତି । ତେବେ ଅଶ୍ୱୀନଙ୍କ କ୍ୟାରିୟରର ଏହା ୧୦୦ତମ ଟେଷ୍ଟ ହେବାକୁ ଯାଉଛି, ତେଣୁ ରୋହିତ ତାଙ୍କୁ ଦଳରୁ ବାଦ୍ ଦେବାକୁ ଚାହିଁବେ ନାହିଁ । ଅଶ୍ୱୀନଙ୍କଏହି ମ୍ୟାଚ ଖେଳିବା ଏକପ୍ରାକର ସୁନିଶ୍ଚିତ କୁହାଯାଇପାରେ । ଏହାପରେ ରବିନ୍ଦ୍ର ଜାଡେଜାଙ୍କ ବ୍ୟାଟିଂ ଦକ୍ଷତା ତାଙ୍କୁ ଦଳରେ ଏକ ସ୍ଥାନ ଦେଇପାରେ । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରୋହିତ ତାଙ୍କୁ ବାଦ୍ ଦେଇ ପଡ଼ିଆକୁ ଓହ୍ଲାଇବା କଥା ଚନ୍ତା କରି ନ ପାରନ୍ତି । ତେବେ ଶେଷରେ କୁଳଦୀପ ହିଁ ଦଳରୁ ବାଦ୍ ପଡ଼ିପାରନ୍ତି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କୁଳଦୀପ ଦମଦାର ପ୍ରଦର୍ଶନ କରିଛନ୍ତି । ଜଶପ୍ରୀତ ବୁମରାହଙ୍କ କମବ୍ୟାକ ପରେ ଭାରତୀୟ ଦଳରେ ତାଙ୍କ ସ୍ଥାନ ସୁନିଶ୍ଚିତ ହୋଇଯାଇଛି । ତେଣୁ ୩ ପେସ୍ ବୋଲର ଭାବରେ ବୁମରାହ, ସିରାଜ ଏବଂ ଆକାଶ ଦୀପ ଏହି ମ୍ୟାଚରେ ସୁଯୋଗ ପାଇପାରନ୍ତି । ଅନ୍ୟ ପକ୍ଷରେ ରଜତ ପାଟିଦାରଙ୍କୁ ଦଳରେ ସୁଯୋଗ ମିଳିବା ନେଇ ମଧ୍ୟ ରୋହିତ ଇସାରା କରିଛନ୍ତି । ରୋହିତ କହିଛନ୍ତି ଯେ, ଏତେ କମ୍ ସମୟରେ ରଜତଙ୍କୁ ବାଦ୍ ଦିଆଯିବା ଉଚିତ୍ ହେବନାହିଁ । ରଜତଙ୍କ ପାଖରେ ଦକ୍ଷତା ଅଛି, ତେଣୁ ମ୍ୟାନେଜମେଣ୍ଟ ତାଙ୍କୁ ଦଳରେ ସୁଯୋଗ ଦେବାକୁ ଚାହିଁବ ।

ଶେଷ ମ୍ୟାଚରେ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, ରଜତ ପାଟିଦାର, ସରଫରାଜ ଖାନ୍, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ, ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ, କୁଳଦୀପ ଯାଦବ ।

Get real time updates directly on you device, subscribe now.