fbpx
BJD SKY
BJD SKY

ପ୍ରତିଦିନ ରିଲ୍ସ ଦେଖୁଛନ୍ତି କି ? ଦେଖାଇଦେଇପାରେ ମୁଣ୍ଡବିନ୍ଧା , ମାଇଗ୍ରେନ ଭଳି ସମସ୍ୟା: ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

BJD

ଆଜିକାଲି ଲୋକମାନେ ରିଲ୍ସ ଦେଖିବାକୁ ପାଗଳ । ଏହା ସମୟ ଅତିବାହିତ ହେବାର ଗୋଟିଏ ଭଲ ମାଧ୍ୟମ ହୋଇ ଯାଇଛି । କିନ୍ତୁ ଏଭଳି କରି ଆପଣ ନିଜ ସ୍ୱାସ୍ଥ୍ୟ କୁ କ୍ଷତି କରୁଛନ୍ତି । ଗୋଟିଏ ଅଧ୍ୟୟନ ଅନୁସାରେ ରିଲସ ନିୟମିତ ଦେଖିବା ଦ୍ୱାରା ୬୦ ପ୍ରତିଶତ ଲୋକ ଅନିଦ୍ରା , ମୁଣ୍ଡବିନ୍ଧା , ମାଇଗ୍ରେନ ଭଳି ସମସ୍ୟାର ସମୁଖୀନ ହେଉଛନ୍ତି । ଏହାକୁ ମେଣ୍ଟାଲ ହେଲଥ ଡିପାର୍ଟମେଣ୍ଟ ର ଚିକିତ୍ସକ ମାନେ ଏହି ଅଧ୍ୟୟନ ରେ ଏଭଳି ମାନସିକ ରୋଗୀ ଙ୍କୁ ସାମିଲ କରିଥିଲେ ଯେଉଁ ମାନଙ୍କ ବୟସ ୬ ବର୍ଷ ରୁ ନେଇ ୫୫ ବର୍ଷ ରହିଥିଲା । ଏମାନଙ୍କ ମଧ୍ୟରେ ୩୦ ଜଣ ମହିଳା ମଧ୍ୟ ରହିଥିଲେ ।

ଏହି ଗବେଷଣାରେ ମିଳିଥିଲା ଯେ ଏଭଳି ଅନେକ ରୋଗୀ ରହିଛନ୍ତି ଯିଏ କି ଦେଢ଼ ବର୍ଷ ରୁ ଅଧିକ ସମୟ ରିଲସ ଦେଖୁଛନ୍ତି । ଏହି ଲୋକ ମାନଙ୍କ ର ମତ ରହିଥିଲା ଯେ ସେମାନେ ସକାଳୁ ଉଠିବା ରୁ ନେଇ ଶୋଇବା ପର୍ଯ୍ୟନ୍ତ ରିଲସ ହିଁ ଦେଖି ଥାଆନ୍ତି । ଏଥରେ ଏଭଳି ରୋଗୀ ମଧ୍ୟ ରହିଥିଲେ ଯେ ଯିଏ କି ସୋସିଆଲ ମିଡ଼ିଆ ରେ ଅନ୍ୟ ମାନଙ୍କ ର ରିଲସ ଦେଖିବାରେ ଅଧିକ ସମୟ ଅତିବାହିତ କରି ଥାଆନ୍ତି ।

କଣ କହୁଛି ଗବେଷଣା ?
ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ର ମୁଖ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତିମାନେ ଦେଢ଼ ବର୍ଷରୁ ଉର୍ଧ୍ଵ ଦିନରୁ ରିଲସ ଦେଖୁଛନ୍ତି ସେମାନେ ଗୋଟିଏ ବଡ଼ ମାନସିକ ରୋଗରେ ପୀଡିତ ରହୁଛନ୍ତି । ଏହି ଅଧ୍ୟୟନ ଅନୁସାରେ ଏହି ବ୍ୟକ୍ତି ମାନେ ଏଭଳି ମାନସିକ ରୋଗ ଗ୍ରସ୍ତ ହେଉଛନ୍ତି ଯାହାକି ତାଙ୍କୁ ଅନେକ ଗୁଡିଏ ରୋଗ ଆଡକୁ ଟାଣି ନେଉଛି ।

ରିଲସ ଦେଖିବାର ସାଇଡ ଇଫେକ୍ଟ –
– ଏହି ଅଧ୍ୟୟନ ରେ ଶାମିଲ ରହିଥିବା ୧୫୦ ବ୍ୟକ୍ତି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ରହୁଥିଲେ ।
– ଅତ୍ୟଧିକ ରିଲସ ଦେଖିବା ଦ୍ୱାରା ରକ୍ତଚାପ ରେ ସମସ୍ୟା ଦେଖାଯାଇ ଥାଏ,
– କୌଣସି କାମରେ ମନ ଲାଗି ନଥାଏ ,
– ୫୦ ପ୍ରତିଶତ ବ୍ୟକ୍ତିଙ୍କ ମତ ରହିଥିଲା ଯେ ରିଲସ ଦେଖିବା ଦ୍ୱାରା ନିଦ୍ରା ହୀନତାର ଶିକାର ହୋଇଥାଆନ୍ତି ।
– ଅଧିକ ସମୟ ରିଲସ ଦେଖିବା ଦ୍ୱାରା ନିଦ ମଧ୍ୟ ଆସିଥାଏ ।

ପ୍ରଭାବ –
– ଅତ୍ୟଧିକ ରିଲସ ଦେଖିବା ଦ୍ୱାରା ଦିନଚର୍ଯ୍ୟା ପ୍ରଭାବିତ ହୋଇଥାଏ ।
– ନିଦ୍ରା ହୀନତା କାରଣରୁ ପଢିବାକୁ ଇଚ୍ଛା ହୋଇ ନଥାଏ , ଯାହାକି ପିଲା ମାନଙ୍କ ଭବିଷ୍ୟତ ପ୍ରତି ଗୋଟିଏ ବଡ଼ ଅସୁବିଧାର କାରଣ ।
– ଯେପରିକି ନିୟମିତ ମୁଣ୍ଡ ବିନ୍ଧାର ଶିକାର ହେବା, ଏବଂ ମାନସିକ ଚାପ ବୃଦ୍ଧି ହେବା ଇତ୍ୟାଦି ଦେଖା ଦେଇଥାଏ ।
– କାମ କରିବାକୁ ଇଛା ହୋଇ ନଥାଏ, ଗୋଟିଏ ଦିନର ସମସ୍ତ କାର୍ଯ୍ୟ ରେ ବାଧା ଆସିଥାଏ ।

Get real time updates directly on you device, subscribe now.