fbpx

(Video) IND vs ENG Semi Final; ବର୍ଷା ହେଲେ ସିଧା ଫାଇନାଲ ଖେଳିବ ଭାରତ! କ’ଣ କହୁଛି ଆଇସିସି ନିୟମ?

Advertisement

ନୂଆଦିଲ୍ଲୀ: ସୁପର-୮ ମୁକାବିଲାର ସମସ୍ତ ମ୍ୟାଚ ଜିତି ସେମି ଫାଇନାଲରେ ପ୍ରବେଶ କରିଛି ଭାରତ । ଫାଇନାଲ ଟିକେଟ ପାଇବା ପାଇଁ ସେମି ଫାଇନାଲରେ ଇଂଲଣ୍ଡକୁ ଭେଟିବାକୁ ଯାଉଛି ରୋହିତ ସେନା । ଭାରତ ବିଶ୍ୱକପରେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ସେମି ଫାଇନାଲ ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହୋଇପାରେ । ତେବେ ଏହି ମ୍ୟାଚ ପୂର୍ବରୁ ବର୍ଷା ଏକ ବଡ଼ ସମସ୍ୟା ପାଲଟିଛି । ଭାରତ-ଇଂଲଣ୍ଡ ସେମି ଫାଇନାଲରେ ବର୍ଷା ବାଧକ ସାଜିପାରେ । କିନ୍ତୁ ଆଇସିସିର ନିୟମ ଅନୁସାରେ, ଏହି ମ୍ୟାଚରେ ବର୍ଷା ହେଲେ, ଫାଇନାଲରେ ପ୍ରବେଶ କରିବା ପାଇଁ ସିଧାସଳଖ ଟିକେଟ ପାଇବ ଟିମ ଇଣ୍ଡିଆ । କିନ୍ତୁ ସେଦିନ ଭାରତ ମ୍ୟାଚରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଉ ଯଦି ବର୍ଷା ହୁଏ ତେବେ ଭାରତ ଏହି କାରଣ ପାଇଁ ସିଧା ଫାଇନାଲରେ ପ୍ରବେଶ କରିବ ।

ସେମି ଫାଇନାଲ ମ୍ୟାଚରେ ଭାରତ ସାମନାରେ ରହିଛି ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ । ଏହି ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରି ୨୦୨୨ ସେମି ଫାଇନାଲର ପ୍ରତିଶୋଧ ନେବାକୁ ଚାହିଁବେ ଅଧିନାୟକ ରୋହିତ । ତେବେ ମ୍ୟାଚରେ ବର୍ଷା ହେଲେ କ’ଣ ହେବ ଫଳାଫଳା । ସେମି ଫାଇନାଲରେ ବର୍ଷା ହେଲେ ମଧ୍ୟ ଭାରତକୁ ଫାଇନାଲକୁ ଯିବାରେ ଆଉ ଭୟ ନାହିଁ । ବରଂ ଏହି ବର୍ଷା ଭାରତ ପାଇଁ ବେଶ୍ ଶୁଭଙ୍କର ହେବ । ବିିନା ମ୍ୟାଚ ନ ଖେଳି ପାରିଲେ ମଧ୍ୟ ଭାରତ ଫାଇନାଲକୁ ପ୍ରବେଶ କରିବାକୁ ସୁଯୋଗ ପାଇବ । ବର୍ଷା ସବୁବେଳେ ଭାରତ ପାଇଁ କାଳ ହୋଇଥାଏ । ହେଲେ ଏଥର କିନ୍ତୁ ବର୍ଷା ଭାରତ ପାଇଁ ଶୁଭଙ୍କର ହେବ । ବର୍ଷା ହୋଇ ଯଦି ଖେଳ ବନ୍ଦ ରୁହେ ତେବେ ଭାରତ ସିଧା ଫାଇନାଲରେ ପ୍ରବେଶ କରିବ । ବିଶ୍ୱକପରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ପ୍ରଦର୍ଶନ ଯୋଗୁଁ ଦଳକୁ ସିଧା ଫାଇନାଲରେ ସୁଯୋଗ ମିଳିପାରିବ । ୪ଟି ଦଳ ମଧ୍ୟରୁ ପଏଣ୍ଟ ଟେବୁଲରେ ଭାରତ ପ୍ରଥମ ସ୍ଥାନରେ ରହିଛି । ତେଣୁ ଯଦି ବର୍ଷା ପାଇଁ ସେମି ଫାଇନାଲ ବନ୍ଦ ରହିଯାଏ, ତେବେ ଭାରତ ସିଧା ଫାଇନାଲ ଖେଳିବ ।

ଜୁନ୍ ୨୭ ତାରିଖରେ ଖେଳା ହେବାକୁ ଯାଉଛି ଭାରତ-ଇଂଲଣ୍ଡ ସେମି ଫାଇନାଲ ମ୍ୟାଚ୍ । ଭାରତୀୟ ସମୟାନୁସାରେ, ଏହା ରାତି ୮ଟାରେ ପ୍ରସାରଣ କରାଯିବ । ତେବେ ସୁପର-୮ରେ ଦମଦାର ପ୍ରଦର୍ଶନ କରି ୪ଟି ଦଳ ସେମି ଫାଇନାଲ ଟିକେଟ ହାସଲ କରିଛନ୍ତି । ଭାରତ, ଆଫଗାନିସ୍ତାନ, ଦକ୍ଷିଣ ଆପ୍ରିକା ଏବଂ ଇଂଲଣ୍ଡ ସେମି ଫାଇନାଲରେ ପହଞ୍ଚିଛନ୍ତି । ତେବେ ପ୍ରଥମ ସେମି ଫାଇନାଲ ମ୍ୟାଚ୍ ସକାଳ ୬ଟାରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ରାତି ୮ଟାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଯାଉଛି । ଏହି ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରି ୨ ବର୍ଷ ତଳର ପ୍ରତିଶୋଧ ନେବାକୁ ଚାହିଁବେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ।

Get real time updates directly on you device, subscribe now.