ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନର ଖେଳ ଆରମ୍ଭ; ଶତକ କଲେ ସରଫରାଜ  

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ଅକ୍ଟୋବର ୧୬ରୁ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହାର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ପ୍ରଥମ ଇନିଂସରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ଯାହା ପରେ ଦ୍ୱିତୀୟ ଇନିଂସରେ ଭାରତୀୟ ଦଳ ଭଲ ପ୍ରତ୍ୟାବର୍ତ୍ତନ କରିଛି। ଏହି ପ୍ରତ୍ୟାବର୍ତ୍ତନରେ ସରଫରାଜ ଖାନଙ୍କ ପ୍ରମୁଖ ଯୋଗଦାନ ରହିଛି। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛଚନ୍ତି।

ସର୍ଫରାଜ ଖାନ୍ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ ଦ୍ୱିତୀୟ ଓ୍ଵିକେଟ୍ ହରାଇବା ପରେ ସର୍ଫରାଜ ଖାନ୍ ଚତୁର୍ଥ ସ୍ଥାନରେ କ୍ରିଜ୍ କୁ ଆସିଥିଲେ। ସର୍ଫରାଜ ବିରାଟ କୋହଲିଙ୍କ ସହ ୧୬୩ ବଲ୍ ରେ ୧୩୬ ରନ୍ ର ଭାଗିଦାରୀ କରିଥିଲେ। ବିରାଟ କୋହଲି ଆଉଟ୍ ହେବା ପରେ ସେ ଋଷଭ ପନ୍ତଙ୍କ ସହ ଇନିଂସ ବଢ଼ାଇଥିଲେ।

ସର୍ଫରାଜ ଖାନ୍ ୧୧୦ ବଲ୍ ରୁ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ସେ ଟିମ୍ ସାଉଦିଙ୍କ ବୋଲିଂରେ ଚୌକା ମାରି ୫୬.୩ ଓଭରରେ ଏହି ଶତକ ହାସଲ କରିଥିଲେ। ପ୍ରଥମ ଇନିଂସରେ ଜିରୋ ରନ୍ ରେ ଆଉଟ୍ ହେବା ପରେ ସର୍ଫରାଜ ଖାନ୍ ଚମତ୍କାର ଖେଳ ଖେଳି ଭାରତୀୟ ଦଳକୁ ମ୍ୟାଚ୍ କୁ ଫେରାଇ ଆଣିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ।

 

Get real time updates directly on you device, subscribe now.