fbpx

IND VS SL: ଘୋଷଣା ହେଲା ଭାରତୀୟ ଦଳ, ସୂର୍ଯ୍ୟଙ୍କୁ ମିଳିଲା T-20 ର ଅଧିନାୟକତ୍ୱ, ରୋହିତ- କୋହଲି ଦିନିକିଆ ଖେଳିବେ, ଆୟର- ରାହୁଲଙ୍କ ପ୍ରତ୍ୟାବର୍ତ୍ତନ

ଓଡିଶା ଭାସ୍କର : ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ସୂର୍ଯ୍ୟକୁମାର ଯାଦବଙ୍କୁ ଟ୍ୱେଣ୍ଟି ଟ୍ୱେଣ୍ଟି ଦଳର ଅଧିନାୟକ ପଦ ମିଳିଛି । ସେହିଭଳି ଶୁଭମନ ଗିଲଙ୍କୁ ଉଭୟ ଟ୍ୱେଣ୍ଟି ଟ୍ୱେଣ୍ଟି ଓ ଦିନିକିଆ ଦଳର ଉପଅଧିନାୟକ ଭାବରେ ଚୟନ କରିଛନ୍ତି କୋଚ ଗୌତମ ଗମ୍ଭୀର ଓ ଚୟନକର୍ତ୍ତା । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠୁ ଉପ ଅଧିନାୟକ ପଦ ମଧ୍ୟ ନେଇ ନିଆଯାଇଛି । ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଏହି ଗସ୍ତରେ ଯିବେ । ବିରାଟଙ୍କୁ ବିଶ୍ରାମ ଦେବା କଥା ଉପରେ ମଧ୍ୟ ପୂର୍ଣ୍ଣଛେଦ ପଡିଛି । କିନ୍ତୁ, ଭାରତର ବ୍ରହ୍ମାସ୍ତ୍ର କୁହାଯାଉଥିବା ଦ୍ରୁତ ବୋଲର ବୁମ ବୁମ୍ ବୁମରାଙ୍କୁ ଆରାମ ଦିଆଯାଇଛି । ସେହିଭଳି ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବ୍ୟାଟର କେ.ଏଲ ରାହୁଲ ଓ ଶ୍ରେୟସ ଆୟର ।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ:
ଟ୍ୱେଣ୍ଟି ଟ୍ୱେଣ୍ଟି ଦଳ : ସୂର୍ଯ୍ୟକୁମାର ଯାଦବ ( ଅଧିନାୟକ ), ଶୁଭମନ ଗିଲ (ଉପଅଧିନାୟକ ), ଯଶସ୍ୱୀ ଜୟସ୍ୱାଲ, ରିଙ୍କୁ ସିଂ, ରିୟାନ ପରାଗ, ଋଷଭ ପନ୍ତ ( ୱିକେଟରକ୍ଷକ ), ସଞ୍ଜୁ ସାମସନ (ୱିକେଟରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଖଲୀଲ ଅହମଦ, ମହମ୍ମଦ ସିରାଜ

ଦିନିକିଆ ଦଳ: ରୋହିତ ଶର୍ମା ( ଅଧିନାୟକ ), ଶୁଭମନ ଗିଲ ( ଉପଅଧିନାୟକ ), ବିରାଟ କୋହଲି, କେ.ଏଲ ରାହୁଲ ( ୱିକେଟରକ୍ଷକ), ଋଷଭ ପନ୍ତ ( ୱିକେଟରକ୍ଷକ), ଶ୍ରେୟର ଆୟର, ଶିବମ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ରିୟାନ ପରାଗ, ଅକ୍ଷର ପଟେଲ, ଖଲୀଲ ଅହମଦ, ହର୍ଷିତ ରାଣା

Get real time updates directly on you device, subscribe now.