ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-୨୦; ମ୍ୟାଚ୍ ପୂର୍ବରୁ ଆହତ ହେଲେ ମହମ୍ମଦ ସିରାଜ

ମୁମ୍ୱାଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆଜି ଅର୍ଥାତ୍ ଜୁଲାଇ ୨୭, ଶନିବାରଠାରୁ ଆରମ୍ଭ ହେବ। ଶ୍ରୀଲଙ୍କା ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବାକୁ ଟିମ୍ ଇଣ୍ଡିଆ ଉପସ୍ଥିତ ଅଛି। ଏହି ଗସ୍ତ ମାଧ୍ୟମରେ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିମାନେ ପଡ଼ିଆକୁ ଫେରିବେ। ତେବେ ଏହି ସିରିଜ ପୂର୍ବରୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଆହତ ହୋଇଥିଲେ। ଅଭ୍ୟାସ ସମୟରେ ସିରାଜ ଆହତ ହୋଇଥିଲେ। ସିରାଜଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା।

ସିରାଜ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବେ କି ନାହିଁ ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଜୁଲାଇ ୨୭, ଶନିବାର ଖେଳାଯିବ। ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଏହି ମ୍ୟାଚ୍ ପଲ୍ଲେକେଲର ପଲ୍ଲେକେଲ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଟି-୨୦ ସିରିଜ୍ ର ତିନିଟି ଯାକ ମ୍ୟାଚ୍ ପଲ୍ଲେକେଲ୍ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨୯ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି।

ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ୧୯ଟି ଜିତିଥିବା ବେଳେ ଶ୍ରୀଲଙ୍କା ମାତ୍ର ୯ଟି ବିଜୟ ହାସଲ କରିପାରିଛି। ସେପଟେ ଦୁହିଁଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ମଧ୍ୟ ଅସଫଳ ହୋଇଛି। ଏହା ପୂର୍ବରୁ ୨୦୨୩ ଜାନୁଆରିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଖେଳାଯାଇଥିଲା। ଏହି ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ତେବେ ଏହାପରେ ଭାରତ ଘରୋଇ ମାଟିରେ ସିରିଜ୍ ଖେଳିଥିଲା। ଏଥର ସିରିଜ୍ ଶ୍ରୀଲଙ୍କାରେ ଖେଳାଯିବ।