fbpx

Emerging Asia Cup 2023: ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଫାଇନାଲ ଟକ୍କର

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଏମର୍ଜିଂ ଏସିଆ କପର ସେମିଫାଇନାଲରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଛି । ଏହି ରୋମାଞ୍ଚକର ମ୍ୟାଚରେ ଭାରତ ବାଂଲାଦେଶକୁ ୫୧ ରନରେ ପରାସ୍ତ କରି ଫାଇନାଲକୁ ଏଣ୍ଟ୍ରି ମାରିଛି । ଆଜିର ବିଜୟ ଫଳରେ ଟିମ୍ ଇଣ୍ଡିଆ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚକୁ ଦେଖିବାକୁ ପାଇଁ କ୍ରୀଡ଼ାପ୍ରେମୀମାନେ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି ।

ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୧ ଓଭରରେ ୨୧୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଅଧିନାୟକ ୟଶ ଧୂଲ ସର୍ବାଧିକ ୬୬ ରନ୍ ସଂଗ୍ରହ କରିଥିଲେ । ବାଂଲାଦେଶ ପକ୍ଷରୁ ମେହେନ୍ଦୀ ହସନ, ତାଞ୍ଜିମ ହସନ ସକିମ ଓ ରାକିବୁଲ ହସନ ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୨୧୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ମାତ୍ର ୧୬୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ତାଞ୍ଜିଦ ହସନ ସର୍ବାଧିକ ୫୧ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ନିଶାନ୍ତ ସିନ୍ଧୁ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ମାନବ ସୁଥାର ୩ଟି ୱିକେଟ ନେଇଥିଲେ ।

ଦୀର୍ଘ ୧୦ ବର୍ଷ ପରେ ଏମର୍ଜିଂ ଏସିଆ କପ ଫାଇନାଲରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ । ପ୍ରଥମ ସେମିଫାଇନାଲରେ ପାକିସ୍ତାନ ଶ୍ରୀଲଙ୍କାକୁ ୬୦ ରନରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଥିଲା । ଏହା ପୂର୍ବରୁ ଗତ ୨୦୧୩ରେ ଭାରତ-ପାକିସ୍ତାନ ମଧ୍ୟରେ ଇମର୍ଜିଂ ଏସିଆ କପର ଫାଇନାଲ ଖେଳାଯାଇଥିଲା । ସେତେବେଳେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ବିଜୟ ହାସଲ କରିଥିଲା ।

Get real time updates directly on you device, subscribe now.