fbpx

ଆଜି କଳିଙ୍ଗ ଷ୍ଟାଡିୟମରେ ମହାଲଢ଼େଇ: ଫିଫା ବିଶ୍ୱକପ ଯୋଗ୍ୟତା ପାଇଁ ମୁହାଁମୁହିଁ ହେବେ ଭାରତ ଓ କତାର

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମହାଲଢ଼େଇ ହେବ । ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ମୁହାଁମୁହିଁ ହେବେ ଭାରତ ଓ କତାର । ଏସିଆ ମହାଦେଶରେ କତାର ଏକ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ସେ ଫିଫା ମାନ୍ୟତାରେ ୬୧ତମ ସ୍ଥାନରେ ରହିଛି । ଗତ ୨୦୨୨ ବିଶ୍ୱକପକୁ କତାର ଆୟୋଜନ କରିଥିଲା । ତେବେ ଗତ ବିଶ୍ୱକପରେ କତାର ସେତେଟା ଉଚ୍ଚକୋଟୀର ପ୍ରଦର୍ଶନ କରିପାରି ନଥିଲେ ହେଁ ଭାରତ ଠାରୁ ଏହି ଦଳ ବହୁତ ଆଗରେ ରହିଛି । ତେଣୁ ଆଜିର ଖେଳ ବହୁତ ରୋମାଞ୍ଚକର ହେବାର ସମ୍ଭାବନାର ରହିଛି ।

ଫିଫା ବିଶ୍ୱକପ ୨୦୨୬ ଓ ଏଏଫସି କପ ୨୦୨୭ ଲାଗି ଭାରତ ଓ କତାର ମଧ୍ୟରେ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲ ହେବ । ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାର ଏହା ଦ୍ୱିତୀୟ ପର୍ଯ୍ୟାୟ ହୋଇଥିବା ବେଳେ ଏହା ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଯଦି ଭାରତ ଏହି ମ୍ୟାଚରେ ବିଜୟ ହୁଏ ତେବେ ତୃତୀୟ ରାଉଣ୍ଡ ଖେଳିବା ସହିତ ଏଏଫସି କପକୁ ଯୋଗ୍ୟତା ଅର୍ଜନ କରିବ । ବିଶ୍ୱର ୬୧ ସ୍ଥାନରେ ରହିଥିବା କତାରକୁ ହରାଇବାକୁ ହେଲେ ଭାରତକୁ ନିଜ ପ୍ରଦର୍ଶନରେ ଅନେକ କିଛି ଉନ୍ନତି କରିବାକୁ ପଡ଼ିବ ।

ଫିଫା ବିଶ୍ୱକପ ପୂର୍ବରୁ ଭାରତ ଓ କତାର ୩ ଥର ମୁହାଁମୁହିଁ ହୋଇଥିବା ବେଳେ ୧୯୯୬ରେ କତାର ୬-୦ରେ ଓ ୨୦୨୧ରେ ୧-୦ରେ ବିଜୟୀ ହେବା ସହିତ ୨୦୧୯ରେ ମ୍ୟାଚ ବିନା ଗୋଲରେ ଡ୍ର ରହିଥିଲା । ତେବେ ଏହି ମ୍ୟାଚରେ ଆମକୁ କିଛି ହରାଇବାକୁ ନାହିଁ, ବରଂ ବହୁତ କିଛି ଜିତିବାର ଅଛି ବୋଲି ଭାରତୀୟ ଟିମର ମୁଖ୍ୟ କୋଚ କହିଛନ୍ତି । ଚଳିତ ସପ୍ତାହରେ ଭାରତୀୟ ଦଳ କୁଏତକୁ ୧-୦ ଗୋଲରେ ପରାସ୍ତ କରିଥିବାରୁ ଦଳର ମନୋବଳ ବୃଦ୍ଧି ପାଇଛି । ୨୦୧୯ରେ ଉଭୟ ଟିମ୍ ମଧ୍ୟରେ ହୋଇଥିବା ମୁକାବିଲା ୦-୦ରେ ଅମୀମାଂସିତ ହୋଇଥିବା ବେଳେ ଗୁରପ୍ରୀତ ୧୧ଟି ଗୋଲ ସେଭ କରିଥିଲେ । ତେଣୁ ସୁନୀଲ ଛେତ୍ରୀଙ୍କ ନୂଆ ଟିମ୍ ସଫଳତା ଅର୍ଜନ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।

Get real time updates directly on you device, subscribe now.