ନୂଆଦିଲ୍ଲୀ: ଗତ ୮ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ ଅବସରରେ ଘଟିଥିଲା ଏକ ବଡ଼ ଅଘଟଣ । ମ୍ୟାଚ ଚାଲିଥିବା ବେଳେ ପଡ଼ିଆ ମଝିରେ ହଠାତ୍ ଦୁଇ ଦେଶର ଦୁଇ ଖେଳାଳିଙ୍କ ମଧ୍ୟରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା । ଭାରତୀୟ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ମାର୍କୋ ଜନସେନ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲେ ଏହି ଦୁଇ ଖେଳାଳିଙ୍କୁ ବୁଝାଇବାକୁ ଅମ୍ପାୟାର ହସ୍ତକ୍ଷେପ କରିଥିଲେ ।
ସେହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦୩ ରନର ଟାର୍ଗେଟ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରୁଥିବା ବେଳେ ୧୫ତମ ଓଭରରେ ଏହି ଅଘଟଣ ଘଟିଥିଲା । ସେହି ଓଭରର ତୃତୀୟ ବଲ୍ ପଡ଼ିବା ପୂର୍ବରୁ ଦୁଇ ଖେଳାଳି ପରସ୍ପରଙ୍କୁ କିଛି କହୁଥିବାର ଦେଖାଯାଇଥିଲା । ସେହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳୁଛି । ଭାରତୀୟ ୱିକେଟରକ୍ଷକ ସଞ୍ଜୁ ସାମସନ ପିଚରୁ ବଲକୁ ନେଉଥିବା ସମୟରେ ତାହାକୁ ନେଇ ମାର୍କୋ ଅସନ୍ତୋଷ ଜାହିର କରିଥିଲେ । ମାର୍କୋ ଲଗାତର ଭାବେ ମଝିକୁ ଚାଲିଆସୁଥିବାରୁ ସଞ୍ଜୁ ବଲକୁ ଧରି ପାରୁନଥିଲେ । ଏହାକୁ ନେଇ ସୂର୍ଯ୍ୟ ଖୁସି ନଥିଲେ ଓ ସେ ନିଜର ମାର୍କୋଙ୍କ ସହ ଏନେଇ ଆଲୋଚନା କରିଥିଲେ । ଦୁହିଁଙ୍କ ମଧ୍ୟରେ ଯୁକ୍ତି ଆରମ୍ଭ ହେବା ପରେ ଅମ୍ପାୟାର ହସ୍ତକ୍ଷେପ କରିଥିଲେ ।
— Drizzyat12Kennyat8 (@45kennyat7PM) November 8, 2024