fbpx

ଲଦାଖରେ ଭାରତ ତିଆରି କଲା ବିଶ୍ୱର ସର୍ବୋଚ୍ଚ ରାସ୍ତା, ଚୀନ ସୀମା ନିକଟବର୍ତ୍ତୀ ରହିଛି ଏହି ରାସ୍ତା

ନୂଆଦିଲ୍ଲୀ: ଲଦାଖରେ ଭାରତ ଏକ ନୂଆ ଉଚ୍ଚତା ହାସଲ କରିଛି । ସୀମା ସଡକ ସଂଗଠନ (ବିଆରଓ) ଏଠାରେ ବିଶ୍ୱର ସର୍ବୋଚ୍ଚ ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଛି  । ଏହି ରାସ୍ତା ସମୁଦ୍ର ପତ୍ତନ ଠାରୁ ୧୯,୩୦୦ ଫୁଟ ଉଚ୍ଚରେ ପୂର୍ବ ଲଦାଖର ଉମଲିଙ୍ଗଲା  ଠାରେ ଅବସ୍ଥିତ  । ଏହି ରାସ୍ତା ନିର୍ମାଣ ସହ ଭାରତ ଭାରତ ବୋଲିଭିଆର ରେକର୍ଡ ଭାଙ୍ଗିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଦେଇଛି। ଏପର୍ଯ୍ୟନ୍ତ ବିଶ୍ୱର ସର୍ବୋଚ୍ଚ ରାସ୍ତାର ରେକର୍ଡ ବୋଲିଭିଆ ପାଖରେ ରହିଥିଲା। ବୋଲିଭିଆରର ଉତୁରୁନ୍ସୁ ଆଗ୍ନେୟଗିରି ନିକଟରେ ଅବସ୍ଥିତ ଏହି ରାସ୍ତା ସମୁଦ୍ର ପତ୍ତନଠାରୁ ୧୮,୯୫୩ ଫୁଟ ଉଚ୍ଚରେ ରହିଛି ।

ଲଦାଖ ଠାରେ ନିର୍ମିତ ଏହି ରାସ୍ତାର ଲମ୍ବ ୫୨ କିଲୋମିଟର ଏବଂ ଉମଲିଙ୍ଗଲା ପାସ୍ ଦେଇ ପୂର୍ବ ଲଦାଖର ଚୁମାର ସେକ୍ଟରକୁ ସଂଯୋଗ କରୁଛି । ଏହି ରାସ୍ତା ସ୍ଥାନୀୟ ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଏହାର କାରଣ ହେଉଛି, ଚିସୁମଲେ ଏବଂ ଡେମୋକୋକକୁ ଲେହ ସହିତ ସଂଯୋଗ କରିବା ପାଇଁ ଏହା ଏକ ବିକଳ୍ପ ମାର୍ଗ ହେବ । ଏହି ରାସ୍ତା ନିର୍ମାଣ ପରେ ଲଦାଖର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ହେବ ଏବଂ ପର୍ଯ୍ୟଟନ ବୃଦ୍ଧି ପାଇବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ରାସ୍ତା ନିର୍ମାଣରେ ବିଆରଓକୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଖରାପ ପାଗ, ଶୀତ ଋତୁରେ ଏଠାରେ ତାପମାତ୍ରା ମାଇନସ୍ ୪୦ ଡିଗ୍ରୀ ହେଇଯାଇଥାଏ । ଏହା ସହିତ ସାଧାରଣ ସ୍ଥାନରେ ମଧ୍ୟ ଅମ୍ଳଜାନ ସ୍ତରରେ ୫୦ ପ୍ରତିଶତ ହ୍ରାସ ହୋଇଯାଉଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଖରାପ ପାଗ ସହ ମୁକାବିଲା କରିବା ସହ ନିଷ୍ଠା ଯୋଗୁଁ ଏହି ସଫଳତା ହାସଲ ହୋଇପାରିଛି ।

Get real time updates directly on you device, subscribe now.