fbpx
BSKY SKY
BSKY SKY

ଦୂତୀ ଖଣ୍ଡନ କଲେ ଅଭିଯୋଗ; ବଖାଣିଲେ ଅନ୍ତର କଥା…

BSKY

ଓଡ଼ିଶା ଭାସ୍କର ବ୍ୟରୋ: ସ୍ପ୍ରିଣ୍ଟର୍ ତଥା ଅଲିମ୍ପିଆଡ୍ ଦୂତୀ ଚାନ୍ଦ ବଖାଣିଲେ ଅନ୍ତରର ବ୍ୟଥା। କହିଲେ ମନ କଥା। ନିଜ ଉପରକୁ ଆସୁଥିବା ଅଭିଯୋଗକୁ ଖଣ୍ଡନ କରିବା ସହ କହିଲେ ପ୍ରମାଣ ଆପଣମାନେ ପାଇପାରିବେ।

ଟୋକିଓ ଅଲିମ୍ପିକ୍ ରେ ଭାଗ ନେଇ ପଦକ ହାତେଇ ନପାରିବା ଦୁଃଖ ତାଙ୍କର ବି ରହିଛି। ହେଲେ ଏହାକୁ ନେଇ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଆକ୍ଷେପ କରିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଦୂତୀ। ବୁଧବାର ଫେସବୁକ୍ ଲାଇଭ୍ ଆସି ଦୂତୀ ସବୁ ନିଜକଥା କହିଛନ୍ତି। ବଡ଼ ଭଉଣୀ ଅଭିଯୋଗ କରିଥିବା ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଝିଅ ଭାବେ ପରିବାର ଓ ଘର ପ୍ରତି ଯାହା କରିବା କଥା ସେ କରିଛନ୍ତି କିନ୍ତୁ ତାଙ୍କୁ ଅଯଥା ବଦନାମ କରାଯାଉଛି। ପଞ୍ଜାବ ଓ କୋଲକାତା ସେ ବୁଲିବାକୁ ନୁହେଁ; ବରଂ କ୍ରାଡ଼ା ସହ ଜଡ଼ିତ କାମରେ ଯାଇଥିଲେ। ଲକଡାଉନ୍ ଭିତରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱତନ୍ତ୍ର ଅନୁମତି ଆଣି କଳିଙ୍ଗ ଷ୍ଟାଡିଅମ୍ ରେ ଅଭ୍ୟାସ କରିଥିଲେ ଓ ଅଲିମ୍ପିକ୍ ଲାଗି ପ୍ରସ୍ତୁତି ହେଉଥିଲେ ବୋଲି ସେ କହିଛନ୍ତି।

ତେବେ ବିଭିନ୍ନ ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ତାଙ୍କ ବିଷୟରେ ପ୍ରକାଶ ପାଉଛି; ଏପରିକି ନିର୍ଦ୍ଦିଷ୍ଟ ସଂସ୍ଥା ତାଙ୍କୁ ଟଙ୍କା ମାଗି ଧମକାଉଥିବା ଦୂତୀ ଅଭିଯୋଗ କରିଛନ୍ତି। କିଛି ନହେଲା ନାଇ ଓଡ଼ିଶା ଆଉ ଦେଶ ଲାଗି ଗୌରବ ଆଣିବାକୁ ତାଙ୍କୁ ଉତ୍ସାହିତ କରିବାକୁ ଦୂତୀ ନିବେଦନ କରିଛନ୍ତି।

ଶୁଣନ୍ତୁ କଣ କହୁଛନ୍ତି ଦୂତୀ:

Get real time updates directly on you device, subscribe now.