fbpx

ନରେନ୍ଦ୍ର ମୋଦୀ ଷ୍ଟାଡିୟମର ଯାଦୁ ବୁଝିବା କଷ୍ଟକର: ବୋଲିଂ କରି ଜାଣିଲେ ଜିତିବ ଭାରତ, ଜାଲରେ ଛନ୍ଦିହେବ କଙ୍ଗାରୁ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟକୁ ନେଇ ଅହମଦାବାଦରର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକ ନିରାଶ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନରେ ଅଲଆଉଟ୍ ହୋଇଯାଇଛି । ବିରାଟ କୋହଲ ୫୪, କେଏଲ ରାହୁଲ ୬୬ ଓ ଅଧିନାୟକ ରୋହିତ ଶର୍ମା ୪୭ ରନ କରିଥିଲେ ।

ତେବେ ଟିମ୍ ଇଣ୍ଡିଆର କମ୍ ସ୍କୋରକୁ ନେଇ ଅଗଣିତ ପ୍ରଶଂସକ ଚିନ୍ତାରେ ରହିଥିଲେ ହେଁ ଭାରତ ପାଇଁ ଏବେ ବି ଜିତିବାର ସୁଯୋଗ ରହିଛି । ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ୨୨୯ ରନ୍ ସଂଗ୍ରହ କରିଥିବା ବେଳେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିପାରିଥିଲା । ଘରୋଇ ପିଚରେ ଭାରତର ବୋଲିଂ ବାହିନୀ ବେଶ୍ ଶକ୍ତିଶାଳୀ ହୋଇପାରିଛି । ଅନ୍ୟପକ୍ଷରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ପରି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ସମଦଶା ଭୋଗିବାର ସମ୍ଭାବନା ରହିଛି । ଯଦି ଭାରତୀୟ ବୋଲରମାନେ କଠିନ ପରିଶ୍ରମ କରିବେ ତେବେ ୨୪୧ ରନର ଟାର୍ଗେଟ ପିଛା କରିବାକୁ କଙ୍ଗାରୁ ଆଣ୍ଠେଇ ପଡ଼ିବ । ଚଳିତ ବିଶ୍ୱକପରେ ଏହି ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରିଥିବା ପ୍ରତ୍ୟେକ ଟିମ୍ ଅଲଆଉଟ୍ ହୋଇଥିବା ରେକର୍ଡରୁ ଜଣାପଡ଼ିଛି ।

ଅକ୍ଟୋବର ୧୪ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ବିପକ୍ଷରେ ୧୯୧ ରନରେ ଅଲଆଉଟ୍ ହୋଇଥିଲା । ଉକ୍ତ ମ୍ୟାଚରେ ଭାରତର ଉଭୟ ପେସ ଓ ସ୍ପିନ ବାହିନୀ ଭଲ ପ୍ରଦର୍ଶନ କରିଥିଲେ । ଭାରତ ମାତ୍ର ୩ ୱିକେଟ ହରାଇ ଉକ୍ତ ମ୍ୟାଚକୁ ଜିତିନେଇଥିଲା । ସେହିପରି ନଭେମ୍ବର ୪ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୮୬ ରନରେ ଅଲଆଉଟ୍ ହୋଇଥିବା ବେଳେ ଇଂଲଣ୍ଡ ୨୫୩ରେ ଅଲଆଉଟ୍ ହୋଇଯାଇଥିଲା । ନଭେମ୍ବର ୧୦ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୪୪ ରନରେ ଅଲଆଉଟ୍ ହୋଇଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ବିଜୟ ହାସଲ କରିଥିଲା ।

Get real time updates directly on you device, subscribe now.