୩ ଦିନ ଭିତରେ ଭାରତ ଛାଡ଼ିବାକୁ ପାକିସ୍ତାନୀ ନାଗରିକଙ୍କୁ ନିର୍ଦ୍ଦେଶ, ମେଡିକାଲ ଭିସାଧାରୀଙ୍କୁ ମଧ୍ୟ ତ୍ରାହି ନାହିଁ

ନୂଆଦିଲ୍ଲୀ: ପାକିସ୍ତାନ ନାଗରିକଙ୍କ ପାଇଁ ଭିସା ବାତିଲ କଲା ଭାରତ । ମେଡିକାଲ ଭିସାରେ ଥିଲେ ଆସନ୍ତା ୨୯ରୁ ରଦ୍ଦ ହୋଇଯିବ ଭିସା ।

ଭିସା ଅବଧି ଶେଷ ହେବା ପୂର୍ବରୁ ନିଜ ଦେଶକୁ ଫେରିଯିବାକୁ ନିର୍ଦ୍ଦେଶ ଜାରି କଲେ କେନ୍ଦ୍ର ସରକାର । ଯେଉଁ ପାକିସ୍ତାନୀ ନାଗରିକ ଭିସା ପାଇଛନ୍ତି ୨୭ରେ ତାହା ରଦ୍ଦ ହୋଇଯିବ ।

ଯେଉଁ ପାକିସ୍ତାନୀମାନେ ଭାରରେ ଅଛନ୍ତି, ସେମାନେ ୭୨ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ।

ସେପଟେ ରାଜୀୟ ନାଗରିକଙ୍କୁ ପାକିସ୍ତାନ ଗସ୍ତ ନ କରିବାକୁ ପରାମର୍ଶ । ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି ବୈଦେଶୀକ ମନ୍ତ୍ରଣାଳୟ ।