fbpx

ଆଜି ଭାରତ-ଚୀନ ସେନାସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରୁ ସେନା ପ୍ରତ୍ୟାହାର ପ୍ରସଙ୍ଗରେ ଭାରତ ଓ ଚୀନ ମଧ୍ୟରେ୧୨ତମ କୋର୍‌ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ । ଏଲଏସିର ଚୀନ ପଟେ ଥିବା ମୋଲଡୋରେ ଏହି ଆଲୋଚନା ହେବ ।ଭାରତୀୟ ସେନା ସୁତ୍ରରୁ ଜଣାପଡ଼ିଛି ଯେ ଏହି ଆଲୋଚନା ଶନିବାର ଦିନ ସକାଳ ସାଢେ ୧୦ଟାରୁ ଆରମ୍ଭ ହେବ । ଗୋଗ୍ରା ଶିଖର ଓ ହଟସ୍ପ୍ରିଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ପ୍ରସଙ୍ଗରେ ଏହି ଆଲୋଚନା ହେବ । ଦୁଇଦିନ ତଳେ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ କହିଥିଲେ ଯେ ଗଲୱାନ ଘାଟି ଓ ପେଙ୍ଗୟାଙ୍ଗ ହ୍ରଦ ନିକଟରୁ ଦୁଇଦେଶର ସେନା ପ୍ରତ୍ୟାହୃତ ହୋଇଛନ୍ତି । ସ୍ଥିତିକୁ ଆହୁରି ଉତ୍ତେଜନା ମୁକ୍ତ କରିବାକୁ ଓ ଆଗକୁ କୌଣସି ପ୍ରକାରର ଭୁଲ ବୁଝାମଣା ଦୂର ପାଇଁ ଆମକୁ ନିୟମିତ ଭାବେ ଆଲୋଚନା ଜାରି ରଖିବାକୁ ହେବ । ଏଲଏସିରେ ଉତ୍ତେଜନା ହ୍ରାସ ପ୍ରସଙ୍ଗରେ ଭାରତ ପୂର୍ବରୁ ନିଜର ସ୍ଥିତି ସ୍ପଷ୍ଟ କରି ସାରିଛି । ଏ ପ୍ରସଙ୍ଗରେ କୌଣସି ନୂଆ ସୂଚନା ନାହିଁ ବୋଲି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛ।

Get real time updates directly on you device, subscribe now.