fbpx

ରବିନସନଙ୍କୁ ୫ ୱିକେଟ ସଫଳତା; ଇନିଂସ ଓ ୭୬ ରନରେ ହାରିଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବାକ ତୃତୀୟ ଟେଷ୍ଟକୁ ଇନିଂସ ଓ ୭୬ ରନରେ ଜିତି ନେଇଛି ଘରୋଇ ଦଳ । ଲିଡ୍ସରେ ଖେଳା ଯାଇଥିବା ଟେଷ୍ଟକୁ ଜିତି ନେବା ସହିତ ସିରିଜକୁ ୧-୧ରେ ବରାବର କରିଛି ଘରୋଇ ଦଳ । ପ୍ରଥମ ଇନିଂସରେ ଭାରତ ମାତ୍ର ୭୮ ରନରେ ଅଲଆଉଟ ହୋଇଥିବା ବେଳେ ଇଂଲଣ୍ଡ ୩୫୪ର ମାରାଥନ ଲିଡ ହାସଲ କରିଥିଲା ।

୩୫୪ ରନ ପଛୁଆ ରହିଥିବା ଭାରତ ତୃତୀୟ ଦିନ ଶେଷ ସୁଦ୍ଧା ୨ ୱିକେଟ ହରାଇ ୨୧୫ ରନ କରିଥିଲା । ତେବେ ଚତୁର୍ଥ ଦିନରେ ଇଂଲିଶ ବୋଲରଙ୍କ ସମ୍ମୁଖରେ ଭାରତୀୟ ବ୍ୟାଟିଂ ଲାଇନ ଅପ୍ ତାସ ପତା ପରି ଭୁଷୁଡି ପଡିଥିଲା । ମାତ୍ର ୬୩ ରନରେ ଅନ୍ତିମ ୮ଟି ୱିକେଟ ହରାଇ ଦଳ ଇନିଂସ ଓ ୭୬ ରନରେ ପରାଜିତ ହୋଇଥିଲା । ତୃତୀୟ ଦିନର ସ୍କୋରରେ କୌଣସି ରନ ଯୋଡିବା ପୂର୍ବରୁ ରବିନସନଙ୍କ ପ୍ରଥମ ଶିକାର ହୋଇଥିଲେ ପୂଜାରା । ଏହାପରେ ଅର୍ଦ୍ଧଶତକ ହାସଲ କରି ରବିନସନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଭାରତର ପରାଜୟ ଅବଶ୍ୟମ୍ଭାବୀ ରହିଥିବା ବେଳେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଆତ୍ମସମର୍ପଣ କରି ଦେଇଥିଲେ । ପୂଜାରା ସର୍ବାଧିକ ୯୧ ରନ କରିଥିବା ବେଳେ ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ରବିନସନ୍ ୬୫ ରନରେ ୫ୱିକେଟ ନେଇଥିବା ବେଳେ କ୍ରେଗ ଓଭରଟନ ୩ଟି ୱିକେଟ ଅକ୍ତିଆର କରିଥିଲେ । ରବିନସନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.