fbpx
BJD SKY
BJD SKY

ରୁଷରୁ ତୈଳ ଆମଦାନୀ ପ୍ରସଙ୍ଗ: ନରମିଲା ଆମେରିକା, କଠୋର ହେଲା ଭାରତ

BJD

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଦ୍ୱିପାକ୍ଷିକ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି । ରୁଷରୁ ତୈଳ ଆମଦାନୀ କରିବାକୁ ନେଇ କିଛିଦିନ ଧରି ଆମେରିକା ଭାରତକୁ ଏକ ପ୍ରକାର ଟାର୍ଗେଟ କରି ଆସିଛି । ୟୁକ୍ରେନ-ରୁଷ ଯୁଦ୍ଧ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ନେଇ ମଧ୍ୟ ୱାଶିଂଟନ ପକ୍ଷରୁ ଜବାବ ମଗାଯାଇଥିଲା । ତେବେ ୱାଶିଂସନ ଗସ୍ତ ଅବସରରେ ଏହାର କଡ଼ା ଜବାବ ଦେଇଛନ୍ତି ଜୟଶଙ୍କର ।

ସେ କହିଛନ୍ତି ଯେ, ଭାରତ ନିଜର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ରୁଷରୁ ତେଲ କିଣୁଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାରତ ଗୋଟିଏ ମାସରେ ଯେତେ ମାତ୍ରାରେ ତେଲ ଆମଦାନୀ କରେ, ୟୁରୋପ ପ୍ରତ୍ୟେକ ଦିନ ସେତିକି ତେଲ ରୁଷରୁ ଆମଦାନୀ କରିଥାଏ । ଯଦି ଆମେରିକା ଭାରତର ତୈଳ ଆମଦାନୀ ଉପରେ ପ୍ରଶ୍ନ କରୁଛି, ତେବେ ପ୍ରଥମେ ୟୁରୋପ ଉପରେ ନଜର ଦେବା ଦରକାର । ଭାରତ ନିଜର ଇନ୍ଧନର ସୁରକ୍ଷା ପାଇଁ କିଛି ପ୍ରତିଶତ ତୈଳ ଆମଦାନୀ କରିଥାଏ ।

ଭାରତ ଉପରେ ରୁଷରୁ ତୈଳ ଆମଦାନୀ ନେଇ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଏ ନେଇ ଭର୍ଚୁଆଲରେ ଆଲୋଚନା ହୋଇଛି । ହ୍ୱାଇଟ ହାଉସ୍ ସେକ୍ରେଟାରୀ ଜେନ ସାକୀ କହିଛନ୍ତି ଯେ, ଭାରତ ରୁଷରୁ ତୈଳ ଆମଦାନୀ ନେଇ କୌଣସି କଟକଣାର ଉଲ୍ଲଂଘନ କରିନାହିଁ । ପ୍ରତ୍ୟେକ ରାଷ୍ଟ୍ର ନିଜ ନିଜର ସୁରକ୍ଷାକୁ ଗୁରୁତ୍ୱ ଦେବା ଜରୁରୀ ବୋଲି ଆମେ ହୃଦୟଙ୍ଗମ କରୁଛୁ ।

Get real time updates directly on you device, subscribe now.