fbpx
BJD SKY
BJD SKY

ଦେଶରେ ପ୍ରଥମ ଘଟଣା: ବିଚ୍ ରାସ୍ତାରେ ୨୦ଟି ଇଲେକ୍ଟ୍ରିକ ସ୍କୁଟିରେ ଲାଗିଲା ନିଆଁ

BJD

ନାସିକ: ଦେଶରେ ଆଜିକାଳି ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି । ଏପରି ପରିସ୍ଥିତିରେ ଲୋକମାନେ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । ଏଥିରେ ଇଲେକ୍ଟ୍ରିକ ସ୍କୁଟି ବି ସାମିଲ ରହିଛି । କିନ୍ତୁ ନିକଟରେ ଇଲେକ୍ଟ୍ରିକ୍ ସ୍କୁଟିରେ ନିଆଁ ଲାଗୁଥିବା ଅନେକ ମାମଲା ସାମ୍ନାକୁ ଆସୁଛି ।

ସେହିପରି ମହାରାଷ୍ଟ୍ରର ନାସିକରେ ଏଭଳି ଏକ ବଡ଼ ମାମଲା ସାମ୍ନାକୁ ଆସିଛି । ସେଠାରେ ଫ୍ୟାକ୍ଟ୍ରିରୁ ବାହାର କରି ପଠାଯାଉଥିବା ବେଳେ ଏକାଥରକେ ୨୦ଟି ଇଲେକ୍ଟ୍ରିକ୍ ସ୍କୁଟିରେ ନିଆଁ ଲାଗିଥିଲା । ଏହି ସ୍କୁଟିକୁ ଜିତେନ୍ଦ୍ର ଇଭି ନାମକ ଏକ କମ୍ପାନୀ ନିର୍ମାଣ କରିଥିଲା । କୁହାଯାଉଛି ଯେ, ଦେଶରେ ଏହା ପ୍ରଥମ ମାମଲା, ଯେଉଁଠାରେ ଏକାଥରକେ ୨୦ଟି ସ୍କୁଟିରେ ନିଆଁ ଲାଗିଥିଲା ।

ଅନ୍ୟପଟେ ଜିତେନ୍ଦ୍ର ଇଭି କମ୍ପାନୀ ମଧ୍ୟ ଏହି ଘଟଣାକୁ ନିଶ୍ଚିତ କରିଛି । କମ୍ପାନୀର କହିବା ମୁତାବକ, ଏହି ଘଟଣା ପଛର କାରଣ ଜାଣିବାକୁ ଅନୁସନ୍ଧାନ କରାଯାଉଛି । କମ୍ପାନୀର ମୁଖପାତ୍ର କହିଛନ୍ତି ଯେ, ‘ ଅଗ୍ନିକାଣ୍ଡର ଏହି ଘଟଣା ୯ ଏପ୍ରିଲରେ ଘଟିଥିଲା । ସ୍କୁଟିରେ ନିଆଁ ଲାଗିବା ମାତ୍ରେ ଆମ କର୍ମଚାରୀ ତୁରନ୍ତ ନିଆଁକୁ ଲିଭାଇଥିଲେ । ଆମ ପାଇଁ ସୁରକ୍ଷା ପ୍ରଥମ ପ୍ରାଥମିକତା । ସ୍କୁଟିରେ କିପରି ନିଆଁ ଲାଗିଲା ବୋଲି ତଦନ୍ତ ଚାଲିଛି ।’

Get real time updates directly on you device, subscribe now.