fbpx

ଇସଲାମୋଫୋବିଆକୁ ନିନ୍ଦା କରିବା ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଲା ଭାରତ; ଜାଣନ୍ତୁ କ’ଣ କହିଲେ ରାଷ୍ଟ୍ରଦୂତ?

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ସଭାରେ ଇସଲାମୋଫୋବିଆକୁ ନିନ୍ଦା କରିବା ପାଇଁ ପାକିସ୍ତାନ ଆଣିଥିବା ପ୍ରସ୍ତାବ ଉପରେ ଭୋଟ୍ ଦେବାରୁ ଭାରତ ଦୂରେଇ ରହିଥିଲା । ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ଏହି ପ୍ରସ୍ତାବକୁ ସମାଲୋଚନା କରି କହିଛନ୍ତି ଯେ ଇହୁଦ ବିରୋଧୀ, ଖ୍ରୀଷ୍ଟିଆନ ବିରୋଧୀ ଏବଂ ଇସଲାମବାଦ ଦ୍ୱାରା ପ୍ରେରିତ ସମସ୍ତ କାର୍ଯ୍ୟକୁ ନିନ୍ଦା କରାଯିବା ଉଚିତ । ଆବ୍ରାହାମିକ ଧର୍ମ ( ଯୁଦିଧର୍ମ, ଖ୍ରୀଷ୍ଟିଆନ ଓ ଇସଲାମ ) ମଧ୍ୟରେ ଧାର୍ମିକ ଭୟକୁ ସୀମିତ ରଖିବା ପରିବର୍ତ୍ତେ ହିନ୍ଦୁ, ବୌଦ୍ଧ, ଶିଖ ଓ ଅନ୍ୟାନ୍ୟ ଧର୍ମର ବିରୋଧକୁ ସ୍ୱୀକାର କରିବା ଜରୁରୀ ବୋଲି ସେ କହିଛନ୍ତି ।

କେବଳ ଗୋଟିଏ ଧର୍ମ ପ୍ରତି ଏଭଳି ଭାବନାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ହିଂସା ଓ ଭେଦଭାବର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ ଏବଂ ଅନ୍ୟ ଧର୍ମର ଭୟକୁ ସ୍ୱୀକାର କରିବା ଉଚିତ ବୋଲି ରୁଚିରା କହିଛନ୍ତି । ୧୯୩ ସଦସ୍ୟ ବିଶିଷ୍ଟ ମିଳିତ ଜାତିସଂଘ ସାଧାରଣ ସଭାରେ ଶୁକ୍ରବାର ହୋଇଥିବା ମତଦାନରେ ୧୧୫ଟି ଦେଶ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ୪୪ ଜଣ ସଦସ୍ୟ ଭୋଟ୍ ଦେଇନଥିଲେ । କିନ୍ତୁ କୌଣସି ଦେଶ ଏହା ବିରୋଧରେ ଭୋଟ୍ ଦେଇନଥିଲେ । ଭାରତ ବ୍ୟତୀତ ବ୍ରିଟେନ୍, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ୟୁକ୍ରେନ୍, ବ୍ରାଜିଲ୍ ଭଳି ଦେଶ ମତଦାନରେ ଅଂଶଗ୍ରହଣ କରିନଥିଲେ ।

Get real time updates directly on you device, subscribe now.