fbpx
BSKY SKY
BSKY SKY

(video)ପ୍ରଧାନମନ୍ତ୍ରୀ ମୋଦୀ ଲଞ୍ଚ କଲେ ବିଜେପିର ନିର୍ବାଚନୀ ଗୀତ, ଗୀତର ଭିଡିଓ ପୋଷ୍ଟ କରି ଲେଖିଲେ ଏପରି କିଛି

BSKY

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ନିର୍ବାଚନ କମିଶନଙ୍କ ଘୋଷଣା ସହିତ ସାରା ଦେଶରେ ନିର୍ବାଚନୀ ମାହୋଲ ଜୋରଦାର ହୋଇଛି । ବିଜେପି ସହିତ କଂଗ୍ରେସ, ବାମଦଳ, ସମାଜବାଦୀ ପାର୍ଟି, ଟିଏମସି, ବିଜେଡି ପରି ଦଳ ନିର୍ବାଚନ ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବାକୁ ଲାଗି ପଡିଛନ୍ତି । ଏଥର ଲୋକସଭା ନିର୍ବାଚନ NDA ବନାମ I.N.D.I.A ମଧ୍ୟରେ ହେବାର ସମ୍ଭାବନା ରହିଛି । ସଂସଦୀୟ ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ନିର୍ବାଚନୀ ଥିମ୍ ସଙ୍ଗ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହାକୁ ଜାରି କରିଛନ୍ତି । ଏହି ଥିମ୍ ସଙ୍ଗ ‘ମେ ମୋଦୀ କା ପରିବାର ହୁଁ’ ଉପରେ ଆଧାରିତ ।

ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ଉପାୟରେ ଜନତାଙ୍କ ମଧ୍ୟକୁ ଯାଇ ସେମାନଙ୍କୁ ନିଜ ଏଜେଣ୍ଡା ବିଷୟରେ ଅବଗତ କରାଇଥାନ୍ତି । ଏହି ତରିକା ମଧ୍ୟରୁ ନିର୍ବାଚନୀ ଗୀତ ଅନ୍ୟତମ । ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଧ୍ୟାନରେ ରଖି ଶନିବାର ବିଜେପିର ନିର୍ବାଚନୀ ଥିମ୍ ସଙ୍ଗ ଲଞ୍ଚ କରିଛନ୍ତି । ସେ ଗୀତର ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ମେରା ଭାରତ, ମେରା ପରିବାର’ ।

Get real time updates directly on you device, subscribe now.